27.1 C
Bhubaneswar
Sunday, May 10, 2026
Homeଓଡିଶାକଳିଙ୍ଗାଘାଟିରେ ପୁଣି ଭୂସ୍ଖଳନ: ଧୋଇଗଲା ମରାମତି କାର୍ଯ୍ୟ

କଳିଙ୍ଗାଘାଟିରେ ପୁଣି ଭୂସ୍ଖଳନ: ଧୋଇଗଲା ମରାମତି କାର୍ଯ୍ୟ

କନ୍ଧମାଳ: କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପୁଣି ଅଘଟଣ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଘାଟିରେ ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପୁଣିଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଛି । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ଭାସି ଯାଇଛି ।  ସେହିପରି ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନରୁ ଆଉ କିଛି ଦୂରରେ ପୁଣି ଏକ କଲଭର୍ଟ ତଳୁ ଧୋଇ ହୋଇଯିବାରୁ ତାହା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଫଳରେ ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଇଛି। ମରାମତି ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଯେଉଁ ସମ୍ଭାବନା ଦେଖାଯାଇଥିଲା ତାହା ପୁଣି ଧୂଳିସାତ୍‌ ହୋଇଯାଇଛି। ମରାମତି କାର୍ଯ୍ୟରେ ନିୟୋଜିତ ମେଶିନ, ହାଇଓ୍ବା ଆଉ ମରାମତି ପାଇଁ ସାମଗ୍ରୀ ନେଇ ଉକ୍ତ ସ୍ଥାନରେ ପହଞ୍ଚିବା ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ହୋଇଥିବା ଭୂସ୍ଖଳନ ସ୍ଥାନରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ପାହାଡ଼ରୁ ବଡ଼ ବଡ଼ ପଥର ଭାସି ଆସି ମରାମତି କାର୍ଯ୍ୟକୁ ପୁଣି ଥରେ ନଷ୍ଟ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking