40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶବ୍ରାଜିଲରେ ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି, ୨୪ରୁ ଅଧିକ ନିଖୋଜ

ବ୍ରାଜିଲରେ ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି, ୨୪ରୁ ଅଧିକ ନିଖୋଜ

ବ୍ରାଜିଲ : ବ୍ରାଜିଲରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ବହୁ ଲୋକଙ୍କ ପ୍ରାଣହାନି ଘଟିଛି । ସରକାରୀ ତଥ୍ୟ ମୁତାବକ, ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି ଏବଂ ୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉତ୍ତର ବ୍ରାଜିଲର ପରନାମବୁକୋ ରାଜ୍ୟର ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି । ସରକାରୀ ତଥ୍ୟ ମୁତାବକ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶତାଧିକ ଉଦ୍ଧାର କର୍ମୀ ନିଖୋଜ ଲୋକଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି ।

ଦେଶର ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ ସୋମବାର ଆକାଶ ମାର୍ଗ ଯୋଗେ ପରନାମବୁକୋ ରାଜଧାନୀ ରିପିଫ୍ ଏବଂ ଏହା ଆଖାପାଖ ଅଞ୍ଚଳକୁ ଅନୁଧ୍ୟାନ କରିଥିଲେ । ପରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ରାଷ୍ଟ୍ରପତି କହିଥିଲେ, ଭୂମି ଉପରେ ଏମିତି କୌଣସି ଜାଗା ନ ଥିଲା, ଯେଉଁଠି ହେଲିକାପ୍ଟରକୁ ଓହ୍ଲାଯାଇ ପାରିବ । ତେବେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ପରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଏଠାରେ ଭୂସ୍ଖଳନ ହୋଇଥିଲା । ଏଥି ଯୋଗୁ ପାହାଡ଼ଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚିଥିଲା । ଆଞ୍ଚଳିକ ବିକାଶ ମନ୍ତ୍ରୀ ଡାନିୟଲ ଫରେରା କହିଛନ୍ତି ଯେ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ନଗର ପାଳିକାମାନଙ୍କୁ ଅର୍ଥ ଯୋଗାଇବା କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking