22.1 C
Bhubaneswar
Wednesday, January 22, 2025
Homeଅପରାଧଲାଲବାହିନୀର ଲାଲତାଣ୍ଡବ, ଜଣେ ମାଓବାଦୀ ମୃତ

ଲାଲବାହିନୀର ଲାଲତାଣ୍ଡବ, ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବିସ୍ଫୋରଣ । ମୋରମେଡ ଗାଁରେ ଥିବା ଏକ ମୋବାଇଲ୍‌ ଟାଓ୍ୱାରରେ ନିଆଁ ଲଗାଇ ଦେଇଛନ୍ତି ଲାଲ୍‌ବାହିନୀ । ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଏହି ମୋବାଇଲ୍‌ ଟାଓ୍ୱାର ସେବା ଆରମ୍ଭ ହୋଇଥିଲା । ଯାହାକି ପୁରା ଅଞ୍ଚଳ ପାଇଁ ଥିଲା ଖୁସିର ଖବର ପାଲଟିଥିଲା । ଗତ କାଲି ରାତିରେ କିଛି ମାଓବାଦୀମାନେ ଛତିଶଗଡ଼ର ବିଜାପୁର ମୋରମେଡ ଗାଁକୁ ଆସି ଉକ୍ତ ମୋବାଇଲ୍‌ ଟାଓ୍ୱାରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ହେଲେ ଏହି ବିସ୍ଫୋରଣରେ ଜଣେ ମାଓବାଦୀ ପ୍ରାଣ ହରାଇଥିବା ବିଜାପୁର ପୋଲିସ ସୂଚନା ଦେଇଛି । ସେପଟେ ଏହି ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking