22.1 C
Bhubaneswar
Friday, January 10, 2025
Homeଓଡିଶାତାତିରେ ଲାଗୁନି ବ୍ରେକ୍‌; ସମ୍ବଲପୁର ଏବଂ ସୋନପୁରରେ ତାପମାତ୍ରା ୪୪ଡିଗ୍ରୀ ଟପିଲା

ତାତିରେ ଲାଗୁନି ବ୍ରେକ୍‌; ସମ୍ବଲପୁର ଏବଂ ସୋନପୁରରେ ତାପମାତ୍ରା ୪୪ଡିଗ୍ରୀ ଟପିଲା

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ଉପରମୁହାଁ ହୋଇଥିବା ବେଳେ ତାତିରେ ବ୍ରେକ୍ ଲାଗୁନି । ଫଳରେ ରାଜ୍ୟରେ ଅସହ୍ୟ ତାତି ଅନୁଭୁତ ହୋଇଛି । ଯଦିଓ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ, ବର୍ଷା ହେଉଛି ତଥାପି ଯେଭଳି ଭାବେ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ସେଥିରେ ପରିସ୍ଥିତି ଅସମ୍ଭାଳ ହୋଇପଡିଲାଣି ।

ତେବେ ଗୁରୁବାର ରାଜ୍ୟର ୨୩ଟି ସହରର ତାପମାତ୍ରା ୪୦ଂ ତଥା ତାହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ସେଥିରୁ ସମ୍ବଲପୁର ଏବଂ ସୋନପୁର ତାପମାତ୍ରା ସର୍ବାଧିକ ୪୪.୬ଂ ରେକର୍ଡ ହୋଇଥିବା ବେଳେ ଏ ୨ଟି ସହରର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଚାନ୍ଦବାଲିରେ ତାପମାତ୍ରା ୪୧ଂ ରହିଥିବା ବେଳେ କଟକ ୪୧.୬ଂ, ଭୁବନେଶ୍ୱର ୪୧.୬ଂ, ଅନୁଗୁଳ ୪୨.୧ଂ, ବାରିପଦା ୪୩.୫ଂ, ଝାରସୁଗୁଡା ୪୪.୨ଂ, କେନ୍ଦୁଝର ୪୧ଂ, ସମ୍ବଲପୁର ୪୪.୬ଂ, ସୁନ୍ଦରଗଡ ୪୩.୫ଂ, ହୀରାକୁଦ ୪୩.୯ଂ, ତାଳଚେର ୪୩ଂ, ଭବାନୀପାଟଣା ୪୦.୫ଂ, ବଲାଙ୍ଗୀର ୪୨.୫ଂ, ଟିଟିଲାଗଡ ୪୧.୫ଂ, ସୋନପୁର ୪୪.୬ଂ, ଭଦ୍ରଖ , ଯାଜପୁର ୪୦ଂ, ଢ଼େଙ୍କାନାଳ ୪୦.୯ଂ, ବରଗଡ ୪୩.୫ଂ, ଦେବଗଡ ୪୧ଂ, ନୂଆପଡା ୪୦.୪ଂ, କେନ୍ଦ୍ରାପଡା ୪୧ଂ ଏବଂ ରାଉରକେଲା ୪୩.୧ଂ ରେକର୍ଡ କରାଯାଇଛି ।

ସେହିପରି ଗତ ୨୪ଘଣ୍ଟାରେ ଗୋପାଳପୁରରେ ୧୪.୭ ମିମି ବର୍ଷା ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର କିଛି ସହରରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା । ସେଥିମଧ୍ୟରୁ ପାରଦ୍ୱୀପରେ ୧୭.୬ମିମି, ଚାନ୍ଦବାଲି ୮.୯ମିମି, ଭୁବନେଶ୍ୱର ୭.୪ମିମି, ମାଲକାନଗିରିରେ ୫.୩ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking