25.1 C
Bhubaneswar
Wednesday, January 8, 2025
Homeଓଡିଶାଡାକ୍ତରଖାନାରେ ଡାକ୍ତର ଅଭାବ :  ଅର୍ଥାଭାବରୁ ମାନସିକ ରୋଗୀଙ୍କ ମୃତ୍ୟୁ

ଡାକ୍ତରଖାନାରେ ଡାକ୍ତର ଅଭାବ :  ଅର୍ଥାଭାବରୁ ମାନସିକ ରୋଗୀଙ୍କ ମୃତ୍ୟୁ

ଟିଟିଲାଗଡ:  ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଜନିତ ସମସ୍ୟା ଦୀର୍ଘ ଦିନରୁ ଲାଗିରହିଥିବା ବେଳେ  ଜଣେ ମାନସିକ ରୋଗୀର ଶୋଚନୀୟ ମୃତ୍ୟୁ ଘଟିବା ନେଇ ଡାକ୍ତରଖାନାରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି । ବାରମ୍ବାର ଏହି ମୁଖ୍ୟ ସରକାରୀ ଚିକିତ୍ସାଳୟର ଅବ୍ୟବସ୍ଥା ଓ ଆବଶ୍ୟକ ଥିବା ଡାକ୍ତର ପଦବୀ ପୂରଣ ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏହାକୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଉଠିଛି । ବିଭିନ୍ନ ବିଭାଗର ଡାକ୍ତର ନ ଥିବା  ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହୋଇ ଅନେକ ରୋଗୀ ଅକାଳ ମୃତ୍ୟୁବରଣ କରିବା ଭଳି ଘଟଣା ଘଟିଚାଲିଛି ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ କନ୍ଦାଖାଲ ଗ୍ରାମର ରବିଚନ୍ଦ୍ର ବାଗ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଚିକିତ୍ସା ଅଭାବରୁ ଟିଟିଲାଗଡ ସରକାରୀ ଡାକ୍ତର ଖାନାରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଥିବା ବେଳେ ଗତ ଦୁଇ ମାସ ତଳେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ହେଲେ ଅର୍ଥ ଅଭାବରୁ ବାହାରକୁ ଯାଇ ଚିକିତ୍ସା କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନ ଥିବା ବେଳେ ମାନସିକ ରୋଗ ପାଇଁ ଡାକ୍ତର ତାଙ୍କୁ ନିୟମିତ ପରାମର୍ଶ କରିବା ସହ ଔଷଧ ସେବନ ଜରୁରୀ ବୋଲି କହିଥିଲେ । ଅର୍ଥ ଅଭାବ ଯୋଗୁଁ ଘରକୁ ଫେରି ଆସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିବା ଯୋଗୁଁ ପରିବାର ଲୋକେ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

କାର୍ଯ୍ୟରତ ଡାକ୍ତର ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ କହିଥିବା ବେଳେ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ସରକାରୀ ଡାକ୍ତର ଖାନାରେ ଯଦି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଥାଆନ୍ତେ ତେବେ ଏହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇ ପାରିଥାଆନ୍ତା ବୋଲି ପରିବାର ଲୋକଙ୍କ ସମେତ  ବିଭିନ୍ନ ମହଲରେ ଆଲୋଚନା ହେଉଛି । ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନ ଥିବା, ଅସ୍ତ୍ରୋପଚାର ଓ ଅସ୍ତିଶଲ୍ୟ ପରି ଗୁରୁତର ଆବଶ୍ୟକ ପଦ ପଦବୀ ଦାବି ପୂରଣ ପାଇଁ  ସାଧାରଣରେ  ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking