18.1 C
Bhubaneswar
Saturday, November 23, 2024
Homeଓଡିଶାଗୁଜୁରାଟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ନିବେଦନ

ଗୁଜୁରାଟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ନିବେଦନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରୁ ଗୁଜୁରାଟରେ ଫସି ରହିଥିବା ଶତାଧିକ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶ୍ରମିକଙ୍କ ପରିବାର ପ୍ରଶାସନକୁ ଗୁହାରି କରିଛନ୍ତି । ଆଜି କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ଆସି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେଠାରେ ୧୦୦ରୁ ଅଧିକ ଶ୍ରମିକ ଏକ ସୂତା କଳରେ କାମ କରୁଛନ୍ତୁ । ଲକଡାଉନ୍ ଯୋଗୁଁ ସୂତାକଳ ସବୁ ବନ୍ଦହୋଇ ଯାଇଥିବାରୁ ସେମାନେ କାମ ହରାଇଛନ୍ତି । ସୂତାକଳ ମାଲିକ ସେମାନଙ୍କୁ ଖାଇବାକୁ ଦେଉନି । ପାଖରେ ଯାହା ଅର୍ଥ ଥିଲା ସବୁ ଶେଷ ହୋଇଯାଇଛି । ଏବେ ଭୋକ ଉପାସରେ ପଡି ରହିଛନ୍ତି । ସେଠାକାର ପ୍ରସାନକୁ ନେହୁରା ହେଲେ ମଧ୍ୟ କିଛି ଶୁଣୁ ନାହାନ୍ତି । ଏପରିକି ଓଡିଶା ଆସିବାକୁ ଅନୁମତି ଦେଉ ନାହାନ୍ତି । ତେଣୁ ଶ୍ରମିକମାନେ ଏକ ଭିଡିଓ କରି ଉଦ୍ଧାର ପାଇଁ ପରିବାର ଲୋକଙ୍କ ପାଖକୁ ପଠାଇ ଥିଲେ । ଏନେଇ ଫସି ରହିଥିବା ଜଣେ ଶ୍ରମିକ ଙ୍କ ସ୍ତ୍ରୀ ପୁଷ୍ପଲତା ପ୍ରଧାନ ଓ ଅନ୍ୟ ଜଣେ ଝୁନୁବାଳା ପ୍ରଧାନଙ୍କ ସମେତ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ପ୍ରମୁଖ କୁହିଛନ୍ତି ସେଠାରେ ଶ୍ରମିକମାନେ ଯେଉଁଭଳି ଅବସ୍ଥାରେ ରହିଛନ୍ତି ତୁରନ୍ତ ସେମାନଙ୍କୁ ସରକାରୀସ୍ତରରେ ଉଦ୍ଧାର କରି ଆଣିବା ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking