26.1 C
Bhubaneswar
Wednesday, May 31, 2023
Homeଅପରାଧଝିଅ ପାଇଁ ସାବତ ମା ପାଲଟିଲା...

ଝିଅ ପାଇଁ ସାବତ ମା ପାଲଟିଲା…

ନୂଆଦିଲ୍ଲୀ: ସୋମବାର ଶକ୍ତି ଫାର୍ମ ନିକଟରେ ଥିବା ଟ୍ୟାଗୋର ନଗରରେ ବାସ କରୁଥିବା ସୁନୀଲ ମଣ୍ଡଳଙ୍କ ଝିଅ ପଲକ(୧୨)ଙ୍କ ସଧିଗ୍ଧ ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ତେବେ ପଲକ ଘର ଭିତରେ ପଙ୍ଖାରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ସାବତ ମା ପୋଲିସକୁ ସୂଚନା ଦେଇଥିଲେ । ହେଲେ ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଘର ଭିତରେ ଥିବା ପଙ୍ଖାକୁ ଦେଖିବା ପରେ ପୋଲିସର ସନ୍ଦେହ ବଢିଥିଲା ଓ ସେ ପଲକଙ୍କ ମୃତ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ପରେ ତଦନ୍ତ ଆରମ୍ଭ କରିଥିଲେ । ପରେ ଟାଣ୍ଡା ପିଲିଭିତରେ ବାସ କରୁଥିବା ମୃତ ପଲକଙ୍କ ଅଜା ଗୋବିନ୍ଦ ସାନା ତାଙ୍କ ବାପା ସୁନୀଲ ଓ ସାବତ ମା ରୀନା ମଣ୍ଡଳଙ୍କ ଉପରେ ନାତୁଣୀର ହତ୍ୟା ଆରୋପ ଲଗାଇଛନ୍ତି । ତଦନ୍ତ ସମୟରେ ସେ କହିଥିଲେ ଯେ, ପଲକ ଯେତେବେଳେ ମୋ (ଗୋବିନ୍ଦ) ସହ କଥା ହେଉଥିଲା, ତାର ସାବତ ମା ତାଙ୍କୁ ପ୍ରପୀଡିତ କରୁଥିବା ପଲକ ମତେ କହିଥିଲା ଏବଂ ଏଠାରୁ ନେଇଯିବାକୁ ମଧ୍ୟ କହିଥିଲା ବୋଲି ପଲକଙ୍କ ଅଜା ଗୋବିନ୍ଦ ପୋଲିସ ନିକଟରେ କହିଛନ୍ତି । ହେଲେ ଲକ ଡାଉନ ପାଇଁ ସେ ଆସିପାରିନଥିଲେ ପଲକଙ୍କୁ ନେବା ପାଇଁ । ମଙ୍ଗଳବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପଲକକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଛି । ଏବେ ଅଧିକ ତଦନ୍ତ ପାଇଁ ପୋଲିସ ମୃତକଙ୍କ ପିତା ଏବଂ ସାବତ ମା ରୀନାକୁ ଗିରଫ କରି ଏହି ଦୁଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ତେବେ ସାକ୍ଷୀ ମିଳିବା ପରେ ସେମାନଙ୍କୁ ଜେଲ ପଠାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking