31.1 C
Bhubaneswar
Wednesday, March 5, 2025
Homeଦେଶ ବିଦେଶକୁରୁକ୍ଷେତ୍ର ଆଇଇଡି ମାଷ୍ଟରମାଇଣ୍ଡ୍ ପଞ୍ଜାବରେ ଗିରଫ

କୁରୁକ୍ଷେତ୍ର ଆଇଇଡି ମାଷ୍ଟରମାଇଣ୍ଡ୍ ପଞ୍ଜାବରେ ଗିରଫ

ଚଣ୍ଡିଗଡ: କୁରୁକ୍ଷେତ୍ରରେ ଅମ୍ବାଲା-ଶାହବାଦ ହାଇୱେ ଉପରେ ଆଇଇଡି ପ୍ଲାଣ୍ଟ୍ କରିଥିବା ମାଷ୍ଟରମାଇଣ୍ଡ୍ ନଚ୍ଛତ୍ତର ସିଂହ ଏବଂ ତା’ର ଦୁଇ ସହଯୋଗୀଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଦେଢ଼କିଲୋ ଆର୍‌ଡିଏକ୍ସ ଏବଂ ୨ଟି ପିସ୍ତଲ ଜବତ ହୋଇଛି । ନଚ୍ଛତ୍ତର ସିଂହ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇର ଟେରର୍ ମଡ୍ୟୁଲ୍ ସହ ସମ୍ପୃକ୍ତ ଥିବା ପୁଲିସର ପ୍ରାରମ୍ଭିକ ଯାଞ୍ଚ୍‌ରୁ ଜଣାପଡ଼ିଛି। ନଚ୍ଛତ୍ତର ପାକିସ୍ତାନରେ ଥିବା ଗ୍ୟାଙ୍ଗଷ୍ଟର୍ ଆତଙ୍କବାଦୀ ହରବିନ୍ଦର ରିନ୍ଦା ଏବଂ କାନାଡାରେ ଥିବା ଗ୍ୟାଙ୍ଗଷ୍ଟର୍ ଲଖ୍‌ବୀର ସିଂହ ଲଣ୍ଡା ସମ୍ପର୍କରେ ଥିଲା । ରିନ୍ଦା ଏବଂ ଲଣ୍ଡା ଏହି ଟେରର୍ ମଡ୍ୟୁଲ୍‌କୁ ହ୍ୟାଣ୍ଡଲ୍ କରୁଥିଲେ । ନଚ୍ଛତ୍ତରକୁ ଜେରା ବେଳେ ପଞ୍ଜାବ ପୁଲିସକୁ ତା’ର ୨୫ ସାଥୀଙ୍କ ସମ୍ପର୍କରେ ସୂଚନା ମିଳିଛି । ସେମାନଙ୍କ ତଲାସ ପାଇଁ ଚଢ଼ଉ ମଧ୍ୟ ଆରମ୍ଭ ହୋଇଛି ।

ଅଗଷ୍ଟ ୪ ତାରିଖରେ ହରିୟାଣା ପୁଲିସ ଅମ୍ବାଲା-ଶାହାବାଦ ହାଇୱେରୁ ପ୍ରାୟ ୧.୩୦ କିଗ୍ରା ଆର୍‌ଡିଏକ୍ସ, ଟାଇମର୍‌, ବ୍ୟାଟେରୀ, ଡିଟୋନେଟର୍ ଏବଂ ରନ୍‌ଭର୍ଟର ଲାଗିଥିବା ବିସ୍ଫୋରକ ଜବତ କରିଥିଲା । ଅଗଷ୍ଟ ୧୫ ପୂର୍ବରୁ ବଡ଼ ଧରଣର ବିସ୍ଫୋରଣ ଘଟାଇବା ଆତଙ୍କୀବାଦୀଙ୍କ ଷଡ଼ଯନ୍ତ୍ର ଥିବା ଏଥିରୁ ସ୍ପଷ୍ଟ ହୋଇଥିଲା । ବିସ୍ଫୋରକକୁ ଗଛତଳେ ଲୁଚାଇ ରଖାଯାଇଥିଲା । ପୁଲିସ ଏହି ମାମଲାରେ ଶମଶେର ସିଂ ଶେରା ଗିରଫ କରିଥିଲା, ଯାହା ପରେ ଏହି ବିସ୍ଫୋରକ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ପଠାଯାଇଥିବା ଜଣାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking