କୋଲ୍କାତା : ପଶ୍ଚିମବଙ୍ଗରେ କୁର୍ମୀ ସମାଜର ଆନ୍ଦୋଳନ କାରଣରୁ ଶୁକ୍ରବାର ୬୪ଟି ଟ୍ରେନ୍ ରଦ୍ଦ ହୋଇଛି । ଅନ୍ୟ ପଛୁଆ ବର୍ଗ (ଓବିସି)ରେ ସାମିଲ କୁର୍ମୀ ସମାଜ ଲୋକମାନେ ଅନୁସୂଚୀତ ଜନଜାତି ମାନ୍ୟତା ଦାବିରେ ଗତ ତିନିଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ଫଳରେ ଗତ ୭୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ରେଳବାଇର ଖଡ଼ଗପୁର-ଟାଟାନଗର ଏବଂ ଆଦ୍ରା-ଚାଣ୍ଡିଲ୍ ଡିଭିଜନ୍ରେ ଚଳାଚଳ କରୁଥିବା ୨୨୫ରୁ ଊର୍ଦ୍ଧ୍ୱ ଟ୍ରେନ୍ ରଦ୍ଧ କରାଯାଇଥିବା କେତେକ ଟ୍ରେନ୍ର ଦିଗ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ମଧ୍ୟ କୁର୍ମୀ ସମାଜର ଲୋକମାନେ ୨୦୨୨ ସେପ୍ଟେମ୍ବରରେ କେତେକ ରେଳ ରୁଟ୍କୁ ୫ ଦିନ ବନ୍ଦକରି ଆନ୍ଦୋଳନ ଚଳାଇଥିଲେ । କୁର୍ମୀ ସମାଜର ବିଭିନ୍ନ ସଂଗଠନ ଏପ୍ରିଲ୍ ୫ ତାରିଖରୁ ଦିକ୍ଷିଣ ଦିନାଜପୁର, ପୁରୁଲିଆ, ଝାରଗ୍ରାମ୍ ଏବଂ ପଶ୍ଚିମ ମେଦିନୀପୁର ସହିତ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ନିଜ ଦାବିକୁ ନେଇ ଆନ୍ଦୋଳନ ଚଳାଇଛନ୍ତି ।