30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରେ ଡିସିପିସିଆର୍‌ର ଆବେଦନ; ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ଅନୁମତି ମିଳୁ

ସୁପ୍ରିମ୍‌କୋର୍ଟରେ ଡିସିପିସିଆର୍‌ର ଆବେଦନ; ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ ଅନୁମତି ମିଳୁ

ନୂଆଦିଲ୍ଲୀ: ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟସନ୍ତାନ ଗ୍ରହଣ କରିବା ପାଇଁ ଅନୁମତି ଦେବାକୁ ଦିଲ୍ଲୀ ସରକାରଙ୍କ ଶିଶୁ ଅଧିକାର ସଂରକ୍ଷଣ କମିଶନ (ଡିସିପିସିଆର୍‌) ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ଏଥିପାଇଁ ପିଟିସନ୍‌ରେ ବିଭିନ୍ନ ତର୍କ ମଧ୍ୟ ଦିଆଯାଇଛି । ଏହା ସହିତ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନ ସହିତ ଏହାର ଶୁଣାଣି ପାଇଁ କମିଶନ୍ ଦାବି କରିଛି । ସୁପ୍ରିମ୍‌କୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏପ୍ରିଲ୍ ୧୮ରେ ଏହି ମାମଲାର ଶୁଣାଣି କରିବେ । ପିଟିସନ୍‌ରେ କୁହାଯାଇଛି ବିପରୀତ ଲିଙ୍ଗୀ ଯୋଡ଼ିଙ୍କ ପରି ସମଲିଙ୍ଗୀ ଯୋଡ଼ି ମଧ୍ୟ ଭଲ କିମ୍ବା ଖରାପ ଅଭିଭାବକ ହୋଇପାରନ୍ତି । ବିଶ୍ୱର ୫୦ ଦେଶ ସମଲିଙ୍ଗୀ ଯୋଡ଼ିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନୁମତି ଦେଇସାରିଛନ୍ତି ।

ସେହିପରି ସମଲିଙ୍ଗୀ ଯୋଡ଼ିଙ୍କ ସନ୍ତାନମାନଙ୍କ ମନସ୍ତାତ୍ତ୍ୱିକ ବିକାଶ ଉପରେ ପ୍ରଭାବ ପଡ଼ୁଥିବାର କୌଣସି ପ୍ରମାଣ ମଧ୍ୟ ନାହିଁ । ପିଟିସନ୍‌ରେ ଆଇନଗତ ସମସ୍ୟା ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଲେ ବର୍ତ୍ତମାନର ଆଇନ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ବର୍ତ୍ତମାନର ପୋଷ୍ୟସନ୍ତାନ ଗ୍ରହଣ ଆଇନ ପୁରୁଣା ମାନ୍ୟତା ଓ ଧାରଣା ଉପରେ ଆଧାରିତ, ଯାହାର ବର୍ତ୍ତମାନର ସମୟ ସହିତ ସମ୍ପର୍କ ନାହିଁ । ସମଲିଙ୍ଗୀ ଯୋଡ଼ି ମଧ୍ୟରେ ଲିଙ୍ଗ ଆଧାରରେ ଭେଦଭାବ ନଥାଏ । ଫଳରେ ଅଲଗା ହେବା ମୟରେ ଭରଣପୋଷଣ ଭତ୍ତା ସ୍ଥିର କରିବା ଏବଂ ସନ୍ତାନର କଷ୍ଟଡି ନେବାରେ ପତି-ପତ୍ନୀ ଭଳି ବିଭାଗ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking