27.1 C
Bhubaneswar
Thursday, December 26, 2024
Homeଅପରାଧକ୍ଷୀରବାଲାକୁ ପିଟି ପିଟି ମାରିଦେଲେ

କ୍ଷୀରବାଲାକୁ ପିଟି ପିଟି ମାରିଦେଲେ

ଗୋରଖପୁର: ସକାଳୁ ସକାଳୁ କ୍ଷୀର କେନ୍ ଧରି ସେ ଘରୁ ବାହାରିଥିଲେ । ସବୁ ଦିନ ଭଳି ଘର ଘର ବୁଲି କ୍ଷୀର ବିକିବେ ଆଉ ତା’ପରେ ଘରକୁ ଫେରିବେ । କିନ୍ତୁ ସେ ଜାଣିନଥିଲେ ଯେ, ଆଉ ସେ କେବେ ବି ଘରକୁ ଫେରିବେନି । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ୟୁପିର ଗୋରଖପୁର ଜିଲ୍ଲାର ନିଜାମପୁର ଅଞ୍ଚଳରେ । ନବମରୁ ପାଠ ଛାଡ଼ିବା ପରେ ବିକାଶ ଯାଦବ(୧୮) ଗତ କିଛି ବର୍ଷ ହେଲା ବାପା ଈଶ୍ୱର ଯାଦବଙ୍କୁ କ୍ଷୀର ବିକିବା କାମରେ ସାହାଯ୍ୟ କରି ଆସୁଥିଲେ । ଗତ ମଙ୍ଗଳବାର ବିକାଶ କ୍ଷୀର ଧରି ଯାଉଥିବା ବେଳେ ହଠାତ୍ କିଛି ଲୋକ ତାଙ୍କ ଆଡ଼କୁ ମାଡ଼ି ଆସି ଅତର୍କିତ ଆକ୍ରମଣ ଆରମ୍ଭ କରି ଦେଇଥିଲେ ।

ବିକାଶ ସେତେବେଳକୁ କ୍ଷୀର ବାଣ୍ଟି ସାରି ଘରକୁ ଫେରୁଥାନ୍ତି । ସେ କିଛି ବୁଝିବା ଆଗରୁ ଅଜଣା ଲୋକମାନେ ତାଙ୍କୁ ଏକ ବାଡ଼ିରେ ପିଟିବାକୁ ଲାଗିଲେ। ବିକାଶ ପ୍ରତିବାଦ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଜୋର୍‌ରେ ଚିତ୍କାର କରିବାକୁ ଲାଗିଲେ । ଚିତ୍କାର ଶୁଣି ବିକାଶଙ୍କ ଦାଦା ପରମେଶ୍ୱର ଯାଦବ ଘଟଣାସ୍ଥଳରେ ପହଞ୍ଚି ବିକାଶଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶଙ୍କ କାହା ସହ କିଛି ଶତ୍ରୁତା ନଥିବା ବାପା ଈଶ୍ୱର ଯାଦବ କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking