36.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶାର ଏହି ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର

ଓଡ଼ିଶାର ଏହି ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଏଥର ମୋଟ୍ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪ ଜଣ । ତେବେ ଓଡ଼ିଶାର ଯେଉଁ ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି ସେମାନେ ହେଲେ ମାଗୁଣି ଚରଣ କୁଅଁର (କଳା), କ୍ରିଷ୍ଣା ପଟେଲ (କଳା) । ପଟ୍ଟାୟତ ସାହୁ (କୃଷି) ଓ ଅନ୍ତର୍ଯ୍ୟାମୀ ମିଶ୍ର (ଶିକ୍ଷା ଓ ସାହିତ୍ୟ) । କଣ୍ଢେଇ ନୃତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ରହିଥିବା କେନ୍ଦୁଝର ସହରର ମାଗୁଣି କୁଅଁରଙ୍କ ପଦ୍ମଶ୍ରୀ ପୁରସ୍କାର ମିଳିଛି । ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗାୟିକା କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବା ବେଳେ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଥର ପାଇଁ ପଦ୍ମଶ୍ରୀ ପୁରସ୍କାର ଆସିଛି । କୃଷି କାର୍ଯ୍ୟରେ ସଫଳତା ପାଇଁ ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି । ସେହିପରି ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ କେନ୍ଦ୍ର ସରକାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ ଓ ୯୧ ଜଣ ପଦ୍ମ ପୁରସ୍କାର ପାଇଛନ୍ତି ।

ପଦ୍ମ ପୁରସ୍କାର ଘୋଷଣା; ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking