31.1 C
Bhubaneswar
Wednesday, May 8, 2024
Homeତେଲେଙ୍ଗାନା ବିଧାନସଭା ନିର୍ବାଚନ-2023ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଆରଏସ୍ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲେ କେସିଆର୍

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଆରଏସ୍ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କଲେ କେସିଆର୍

ହାଇଦ୍ରାବାଦ : ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ସଭାପତି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୧୧୯ଟି ଆସନ ମଧ୍ୟରୁ ୧୧୫ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କେସିଆର ନାମରେ ଜଣାଶୁଣା ରାଓ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଗଜୱେଲ ଏବଂ କାମାରେଡି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେସିଆର କହିଛନ୍ତି ଯେ କେବଳ ୭ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ବଦଳିଛନ୍ତି । ପାର୍ଟି ଅକ୍ଟୋବର ୧୬ରେ ୱାରଙ୍ଗଲରେ ନିର୍ବାଚନ ଇସ୍ତାହାର ଘୋଷଣା କରିବ ବୋଲି ବିଆରଏସ ମୁଖ୍ୟ କହିଛନ୍ତି । ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୋଟ ୧୧୯ଟି ମଧ୍ୟରୁ ବିଆରଏସ ୯୫-୧୦୫ଟି ଆସନ ଜିତିବ। ସେ କହିଛନ୍ତି ଯେ ହାଇଦ୍ରାବାଦ ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ସହିତ ବିଆରଏସ୍ ର ବନ୍ଧୁତା ଜାରି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking