32.1 C
Bhubaneswar
Saturday, May 18, 2024
Homeଓଡିଶାଶୁଣିଲାନି ଜିଲ୍ଲା ପ୍ରଶାସନ; କାଦୁଅ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ଶୁଣିଲାନି ଜିଲ୍ଲା ପ୍ରଶାସନ; କାଦୁଅ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତ ପୁର ବ୍ଲକ ର ପାଇକପୁଲବେଡା ଗ୍ରାମପଞ୍ଚୟତ ର ଛାକଲି ଗ୍ରାମବାସୀ ଗାଁ କୁ ପକା ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଙ୍କୁ ଗୁହାରି କଲେ ମଧ୍ୟ  ଶୁଣିଲାନି ପ୍ରଶାସନ । ଶେଷରେ ରାସ୍ତା ଉପରେ କାଦୁଅ ରେଧାନ ରୋଇ ପ୍ରତିବାଦ ଜଣାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତ ପୁର ବ୍ଲକ ର ପାଇକପୁଲବେଡା ପଞ୍ଚାୟତ ର ଚକ୍ରଲି ଗ୍ରାମରେ । ପ୍ରତିବାଦ ପରେ ଯଦି ପ୍ରଶାସନ ର ଦୃଷ୍ଟି ନପଡ଼େ ଆଗାମୀ ଦିନରେ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଙ୍କ କହିବାନୁଯାୟୀ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ୫ କିଲୋମିଟର ଦୂରରେ ରହିଛି ଛାକଲି ଗାଁ । ଏହି ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟ ର ୮୦ପରିବାର ବସବାସ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଗାଁକୁ ଯିବା ଲାଗି ୩କିଲୋମିଟର ପକା ନିର୍ମାଣ କରାଯାଇଛି।ବଳକା୨କିଲୋମିଟର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି।ଏହି ରାସ୍ତା ଉପରେ ଛାକଲି ଗାଁ ସମେତ କୁମୁଣ୍ଡା ଗୁଡା ଗ୍ରାମବାସୀ ନିର୍ଭର କରୁଥିବା ଜଣାପଡ଼ିଛି। ପକା ରାସ୍ତା ନଥିବାରୁ ଦୀର୍ଘ ୭ ଦଶନ୍ଧି ଧରି ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭଗୁଛନ୍ତି । ଗତ ଲଗାଣ ବର୍ଷାରେ ଗାଁ ନିକଟରେ ଥିବା ଅସ୍ଥାୟୀ ହ୍ୟୁମ ପାଇପ ପୋଲ ଧୋଇ ହୋଇ ନଷ୍ଟ ହୋଇ ଯାଇଛି । ପୋଲ ବର୍ଷା ଯୋଗୁଁ ଧୋଇ ଯିବା ପରେ ଗଷ୍ଟି ଉନ୍ନୟନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗ୍ରାମବାସୀ ଙ୍କୁ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଭିତରେ ବର୍ଷେ ବିତିଗଲେ ମଧ୍ୟ ଗାଁ କୁ ରାସ୍ତା କିମ୍ବା ପୋଲ ନିର୍ମାଣ ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାଇପାରୁନଥିବାରୁ। ଜରୁରୀ କାଳୀନ ସମୟରେ ରୋଗୀ ଓ ଗର୍ଭବତୀ ଙ୍କୁ ମାଟି ଓ କାଦୁଅ ପଛପଛ ରାସ୍ତାରେ ଭାର କରି୨କିମି ବହିବାକୁ ପଡୁଛି । ରାସ୍ତା ପାଇଁ ପ୍ରତିବର୍ଷ ପୋଲିସଭା ଗ୍ରାମସଭା ପ୍ରସ୍ତାବ ପାରିତ ହେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁପଳମିଳିନଥିବା ଗ୍ରାମବାସୀ କ୍ଷବର ସହ କହିଛନ୍ତି।ଶେଷରେ ବାଧ୍ୟ ହୋଇ ପ୍ରଶାସନ ରଆଖି ଖଲିବା ଲାଗିକାଦୁଅ ରାସ୍ତାରେ ଧାନ ରୋଇଛନ୍ତି।ବୋଲି ଗ୍ରାମବାସୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking