29.1 C
Bhubaneswar
Tuesday, April 29, 2025
Homeଦେଶ ବିଦେଶଜାଣନ୍ତୁ ସୁନିତା ୱିଲୟମ୍ସଙ୍କ ମହାକାଶରେ ୯ ମାସର ଯାତ୍ରା କିପରି ଥିଲା

ଜାଣନ୍ତୁ ସୁନିତା ୱିଲୟମ୍ସଙ୍କ ମହାକାଶରେ ୯ ମାସର ଯାତ୍ରା କିପରି ଥିଲା

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେରିକା ଆଜି ଇତିହାସ ରଚିଛି । ବୋଇଂର ଷ୍ଟାରଲାଇନର୍ ମହାକାଶ ଯାନରେ ୮ ଦିନ ପାଇଁ  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୨୦୨୪ ଜୁନ ୫ ତାରିଖରେ ଯାତ୍ରା କରିଥିବା ସୁନିତା ୱିଲୟମ୍ସ ଏବଂ ବୁଚ୍ ୱିଲମୋର ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ରହିଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ବଡି ଭୋର(ଭାରତୀୟ ସମୟ ୩ଟା ୨୭ ମିନିଟ୍‌)ରେ ସୁରକ୍ଷିତ ଅବତରଣ କରିଛନ୍ତି । ସେମାନଙ୍କ ସହ ଅନ୍ୟ ଦୁଇ ଜଣ କ୍ରୁ ମେମ୍ବର ତଥା ରୋସ୍କୋସ୍ମୋସ୍ ମହାକାଶଚାରୀ ଆଲେକ୍‌ଜାଣ୍ଡର୍ ଗୋର୍ବୁନୋଭ୍ ଓ ନାସା ମହାକାଶଚାରୀ ନିକ୍ ହେଗ୍ ମଧ୍ୟ ଫେରିଛନ୍ତି । ତେବେ ଜାଣିବା ମହାକାଶରେ ସୁନିତା ୱିଲୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଦୀର୍ଘ ୯ ମାସର ଯାତ୍ର କିପରି ଥିଲା ।

ସୁନୀତା ୱିଲିୟମ୍ସ ଓ ବଚ୍‌ ୱିଲମୋର ଗତବର୍ଷ ଜୁନ ମାସରୁ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନରେ ଫସିଥିଲେ । ସେ ମାତ୍ର ୧ ସପ୍ତାହ ଲାଗି ଏକ ମିଶନରେ ସ୍ପେଶ୍‌ ଷ୍ଟେସନ ଯାଇଥିଲେ । କିଏ ଜାଣିଥିଲା ଅତିଥି ଭାବେ ଯାଇଥିବା ଏହି ମହାକାଶଚାରୀ ୯ ମାସ ପାଇଁ ସେଠାରେ ସ୍ଥାୟୀ ବାସିନ୍ଦା ପାଲଟିଯିବେ । ସୁନୀତା ଓ ୱିଲମୋର ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାଇଥିବାବେଳେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାସା ସେମାନଙ୍କୁ ପୃଥିବୀ ଫେରିବାକୁ ଅନୁମତି ଦେଇନଥିଲା । ଏଥିଲାଗି ସେମାନେ ଗତ ୯ ମାସ ଧରି ଆଇଏସ୍ଏସ୍ ରେ ରହିଥିଲେ । ଅବଶ୍ୟ ଇତିହାସ ପୃଷ୍ଠା ଲେଉଟାଇଥିଲେ ଏପରି ଅନେକ ମହାକାଶଚାରୀ ଅଛନ୍ତି ଯେଉଁମାନେ ସୁନୀତା ଏବଂ ୱିଲମୋରଙ୍କ ତୁଳନାରେ ଆଇଏସ୍ଏସ୍ ରେ ଅଧିକ ସମୟ ଅତିବାହିତ କରିଛନ୍ତି । ନାସା ଯୋଜନା କରିଥିଲା ​​ଯେ ସୁନୀତା ଏବଂ ୱିଲମୋରଙ୍କୁ କ୍ରୁ-୯ ଦଳର ଏକ ଅଂଶ ଭାବରେ ଫେରାଇ ଆଣିବ, ଏଥିଲାଗି ସେପ୍ଟେମ୍ବର ୨୦୨୪ରେ ମହାକାଶଚାରୀ ନିକ୍ ହଗ୍‌ ଏବଂ କସମୋନଟ୍ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭଙ୍କୁ ଆଇଏସ୍ଏସ୍ ରେ ପଠାଇଥିଲା । ଏହି ସ୍ପେଶକ୍ରାଫ୍ଟରେ ନିକ୍‌ ଓ ଆଲେକ୍ସଜାଣ୍ଡାର ଯାଇଥିବା ବେଳେ ଦୁଇଟି ସିଟ୍‌ ସୁନୀତା ଓ ୱିଲମୋରଙ୍କ ଲାଗି ଖାଲି ରଖାଯାଇଥିଲା ଯାହାଦ୍ବାରା ମହାକାଶରେ ଫସିଥିବା ଏହି ମହାକାଶଚାରୀମାନେ ପୃଥିବୀ ଫେରିପାରିବେ ।

ନାସା ସମସ୍ତ କ୍ରୁ-୯ ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରୁଥିବାବେଳେ ସୁନୀତା ଏବଂ ବଚ୍ ଆଇଏସ୍ଏସ୍ ରେ ପରୀକ୍ଷଣ କରିଥିଲେ ଯେପରିକି ଆଇଏସ୍ଏସ୍ ରକ୍ଷଣାବେକ୍ଷଣ ଏବଂ ସ୍ପେଶ୍‌ୱାକ୍‌ ମଧ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସୁନୀତା ୱିଲିୟମ୍ସ ସର୍ବାଧିକ ସ୍ପେଶ୍‌ୱାକ୍‌ କରିବାର ରେକର୍ଡ ସୃଷ୍ଟି କରିଥିଲେ । ସେ ନିଜ କ୍ୟାରିୟରର ସମସ୍ତ ୯ଟି ଭିନ୍ନ ସ୍ପେଶୱାକ୍‌କୁ ମିଶାଇ ୬୨ ଘଣ୍ଟା ସ୍ପେଶ୍‌ୱାକ୍‌ କରିଛନ୍ତି । ଜଣେ ଅଭିଜ୍ଞ ମହାକାଶଚାରୀ ହୋଇଥିବାରୁ ସୁନୀତାଙ୍କୁ ଆଇଏସ୍ଏସ୍ ରେ ୩ମାସ ପରେ ଷ୍ଟେସନ କମାଣ୍ଡର କରାଯାଇଥିଲା ଏବଂ ସେ ଏହି ପଦବୀରେ ମାର୍ଚ୍ଚ ମାସ ଆରମ୍ଭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking