30.1 C
Bhubaneswar
Friday, May 30, 2025
Homeଦେଶ ବିଦେଶସ୍କୁଲ ପ୍ରାର୍ଥନା ବେଳେ ୩୦ ପିଲାଙ୍କ କେଶ କାଟିଦେଲେ ଶିକ୍ଷକ ତାପରେ କଣ ହେଲା ଜାଣନ୍ତୁ...

ସ୍କୁଲ ପ୍ରାର୍ଥନା ବେଳେ ୩୦ ପିଲାଙ୍କ କେଶ କାଟିଦେଲେ ଶିକ୍ଷକ ତାପରେ କଣ ହେଲା ଜାଣନ୍ତୁ…

ଗୁଆହାଟି: ସ୍କୁଲରେ ପିଲାଙ୍କ କେଶ କାଟିଦେଲେ ଶିକ୍ଷକ । ସକାଳ ପ୍ରାର୍ଥନା ସମୟରେ ପିଲାଙ୍କ ଚୁଟି ବଢ଼ିଥିବା ଦେଖି ୩୦ରୁ ଅଧିକ ପିଲାଙ୍କ କେଶ କାଟିଦେଇଛନ୍ତି ଶିକ୍ଷକ । କେଶ କାଟିବା ପରେ ଲାଜରେ ପିଲାମାନେ ସ୍କୁଲ ଆସିବାକୁ ମନା କରିଦେଇଛନ୍ତି । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପୋଲିସର କହିବା ଅନୁସାରେ, ସ୍କୁଲରେ ସକାଳ ପ୍ରାର୍ଥନା ସମୟରେ ପିଲାଙ୍କ କେଶ ବଢ଼ିଥିବା ଶିକ୍ଷକ ଦେଖିବାକୁ ପାଇଥିଲେ । ପିଲାଙ୍କୁ ଅନୁଶାସନ ଶିକ୍ଷାଇବାକୁ ଯାଇ ସ୍କୁଲରେ ହିଁ ଶିକ୍ଷକ କେଶ କାଟିଥିଲେ ।
ଏ ନେଇ ସ୍କୁଲ ପ୍ରଶାସନ କହିଛି ଯେ, ପିଲାଙ୍କୁ କେଶ କାଟି ଆସିବାକୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ସେମାନଙ୍କ ବାପା ମାଆଙ୍କୁ ବି ପିଲାଙ୍କ କେଶ କଟେଇବା ପାଇଁ କୁହାଯାଇଥିଲା । କିନ୍ତୁ ସେମାନେ କାଟି ନଥିଲେ । କେବଳ ପିଲାଙ୍କୁ ଅନୁଶାସନ ଶିଖାଇବାକୁ ଯାଇ ଏପରି କରାଯାଇଛି । କେଶ କାଟିଥିବା ଶିକ୍ଷକ କହିଛନ୍ତି ଯେ, ସେ କେବଳ ସ୍କୁଲର ଉଚ୍ଚ ପଦସ୍ତ କର୍ମଚାରୀଙ୍କ ଆଦେଶ ପାଳନ କରିଥିଲେ । ଏହା ପରେ ଅଭିଭାବକ ମାନେ କହିଥିଲେ ଯେ, ପିଲାମାନେ କାନ୍ଦି କାନ୍ଦି ସେଦିନ ଘରକୁ ଆସିଥିଲେ ଏବଂ ସ୍କୁଲକୁ ଆସିବାକୁ ରାଜି ନ ହେଉଥିବା ଜଣାଇଥିଲେ । ପିଲାଙ୍କୁ ଅନୁଶାସନ ଶିଖାଇବାକୁ ଯାଇ କେଶ କାଟିବା ଠିକ୍ ହେଲେ ସବୁ ପିଲାଙ୍କ ଆଗରେ ଏହା କରିବା ଅପମାନଜନକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking