16.1 C
Bhubaneswar
Tuesday, January 7, 2025
Homeଖାଦ୍ୟଜାଣନ୍ତୁ ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ

ଜାଣନ୍ତୁ ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଭଲ ନା କ୍ଷତିକାରକ

ଭୁବନେଶ୍ୱର : ଲୋକମାନେ ରୋଷେଇ କଲାବେଳେ ପ୍ରେସର କୁକର ମଧ୍ୟ ବ୍ୟବହାର କରିଥାନ୍ତି । ଖାଲି ଦଳି ନୁହେଁ, ଭାତ, ଓ ତରକାରୀ ମଧ୍ୟ କରିଥାନ୍ତି । ଅଳ୍ପ ସମୟରେ ଖାଦ୍ୟ ପ୍ରସ୍ତୁତ ହେଇଯିବାର ଏହି ସହଜ ଉପାୟକୁ ପ୍ରାୟତଃ ମହିଳାମାନେ ଆପଣାଇଥାନ୍ତି । ହେଲେ କିଛି ଲୋକେ ଏହା କହିଥାନ୍ତି ଯେ ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା ଦ୍ୱାରା ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ପ୍ରେସର କୁକର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କ୍ଷତିକାରକ କି? ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କରେ :

ସାଧାରଣତଃ ଘରେ ପ୍ରତିଦିନ ଭାତ, ଡାଲି, ତରକାରୀ ଇତ୍ୟାଦି ପ୍ରସ୍ତୁତ କରିଥାଉ। ଏଥିରେ ଥିବା ଷ୍ଟିମ୍‌‌ ସିଷ୍ଟମ ପାଇଁ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ। ଡାଲିରେ ପ୍ରୋଟିନ୍‌‌, ଭିଟାମିନ୍‌‌, କାର୍ବୋହାଇଡ୍ରେଟ୍‌‌, ରୁଗ୍‌‌, ଫ୍ୟାଟ୍‌‌, ମିନେରାଲ୍ସ ଇତ୍ୟାଦି ବିଶେଷ ଭାବରେ ମିଳିଥାଏ। ବୈଜ୍ଞାନିକଙ୍କ ମତରେ ଯେତେବେଳେ ଡାଲି ଆଉ ଚାଉଳ ଏକା ସାଙ୍ଗରେ ରନ୍ଧାଯାଏ ସେଥିରେ ଥିବା ପୋଷକ ତତ୍ତ୍ୱ ବାହାରକୁ ଆସେ ଏବଂ ମଣିଷ ମାନେ ଏହାକୁ ଖାଇବା ଦ୍ୱାରା ହଜମ ଶୀଘ୍ର ହୋଇଥାଏ। ଏହାସହିତ ପୁଷ୍ଟିକର ଉପାଦାନଗୁଡିକ ଶରୀରରେ ସିଧାସଳଖ ପହଞ୍ଚି ଆବଶ୍ୟକ ପୁଷ୍ଟିକର ପ୍ରଦାନ କରିଥାଏ। ହେଲେ ଏହି ଖାଦ୍ୟ କେଉଁଥିରେ ପ୍ରସ୍ତୁତ ହୋଇଛି ତାହା ଜାଣିବା ଜରୁରୀ। ପ୍ରେସର କୁକରରେ ନା, ମାଟିପାତ୍ରରେ ନା କଢେଇରେ ତିଆରି କରୁଛେ ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ନିକଟରେ ଆସିଏମଆର ଦ୍ୱାରା ପ୍ରକାଶିତ ଗାଇଡଲାଇନ ଅନୁଯାୟୀ ଡାଲି, ଚାଉଳ ଏବଂ ଶସ୍ୟରେ କିଛି ଆଣ୍ଟି-ପୁଷ୍ଟିକର ସହିତ ଏନଜାଇମ୍‌‌ ରହିଥାଏ। ଯାହା ରାନ୍ଧିବା ପରେ କିମ୍ବା ପ୍ରେସର କୁକରରେ ଫୁଟିବା ପରେ ନଷ୍ଟ ହୋଇଯାଏ। ଏହାବ୍ୟତୀତ ଫାଇଟିକ୍‌‌ ଏସିଡ୍‌‌ ପରି ଉପାଦାନ ମଧ୍ୟ କମିଯାଏ। ଯେଉଁ କାରଣରୁ ଖାଦ୍ୟ ହଜମ କରିବା ଏବଂ ଜିଙ୍କ, ଆଇରନ୍‌‌, କ୍ୟାଲସିୟମ୍‌‌, ମ୍ୟାଗ୍ନେସିୟମ୍‌‌ ପରି ଖଣିଜ ପଦାର୍ଥ ଗ୍ରହଣ କରିବାର କ୍ଷମତା ବଢିଥାଏ। ଏଥିପାଇଁ ପ୍ରେସର କୁକରରେ ରୋଷେଇ କରିବା ଲାଭଦାୟକ ହୋଇଥାଏ। ପ୍ରେସର କୁକରରେ ଡାଲି, ଚାଉଳ ଏବଂ ଦଲିଆ ରୋଷେଇ କରୁଥିଲେ ବିଶେଷ ଧ୍ୟାନ ଦିଅନ୍ତୁ, ଯେପରି ପାଣି ସୀମିତ ପରିମାଣରେ ଦେବେ ଏବଂ ଅଧିକ ସିଟି ଦେବେ ନାହିଁ। ଅତ୍ୟଧିକ ସିଝିବା ଦ୍ୱାରା ସେଥିରେ ଥିବା ପ୍ରୋଟିନ୍‌‌ ନଷ୍ଟ ହୋଇଯାଏ। ଲାଇସେନ୍‌‌ ଭଳି ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ। ତେବେ ପ୍ରେସର କୁକରରେ ରୋଷେଇ କରିବା ନେଇ ମନରେ ଦ୍ୱନ୍ଦ୍ୱ ରଖନ୍ତୁ ନାହିଁ। ଏଥିରେ ଆପଣ ଭାତ, ଡାଲି, ଦଲିଆ ଭଳି ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବେ। ଏଥିରୁ ପୁଷ୍ଟିକର ତତ୍ତ୍ୱ ମଧ୍ୟ ପାଇପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking