36.1 C
Bhubaneswar
Friday, May 20, 2022
Homeଦେଶ ବିଦେଶଏମିତି ଏକ ହ୍ରଦ, ଯେଉଁଠି ସବୁବେଳେ ଘଡଘଡି ମାରିଥାଏ

ଏମିତି ଏକ ହ୍ରଦ, ଯେଉଁଠି ସବୁବେଳେ ଘଡଘଡି ମାରିଥାଏ

ନୂଆଦିଲ୍ଲୀ: ଆକାଶରେ ଗୋଟିଏ ଜାଗାରେ କେବେ ବି ଦୁଇ ଥର ବିଜୁଳି ମାରିନଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦକ୍ଷିଣ ଆମେରିକାର ବେନେଜୁଏଲାରେ ଥିବା ଏହି ହ୍ରଦ ଉପରେ ହଜାରେ ଥର ବିଜୁଳି ମାରିଥାଏ । ଦୁନିଆକୁ ଚକିତ କରି ରଖିଥିବା ଏହି ରହସ୍ୟକୁ ବିକନ ଅଫ ମାରାକାଇବୋ କୁହାଯାଏ । ଏହାର ଆହୁରି ମଧ୍ୟ ନାମ ରହିଛି । ଯେମିତିକି କ୍ୟାଟାଟୁମ୍ବୋ ଲାଇଟେନିଂ, ଏୟାରଲାଷ୍ଟି ଷ୍ଟୋର୍ମ, ଡ୍ରାମେଟିକ ରୋଲ ଅଫ ଥଣ୍ଡର । ଏହାକୁ ଦୁନିଆର ପ୍ରାକୃତିକ ବିଜୁଳି ଘର ବି କୁହାଯାଏ । ରିପୋର୍ଟ ଅନୁସାରେ, ବେନେଜୁଏଲାରେ କ୍ୟାଟାଟୁମ୍ବା ନଦୀ, ଯେଉଁଠି ମାରାକାଇବୋ ହ୍ରଦ ରହିଛି, ସେଠାରେ ବର୍ଷରେ ୨୬୦ ଦିନ ତୋଫାନ ହୋଇଥାଏ । ଆଉ ସେହି ୨୬୦ ଦିନ ତୋଫାନ ରାତିରେ  ବିଜୁଳି ମାରିଥାଏ । ମାରାକାଇବୋ ହ୍ରଦର ନାମ ଅଧିକାଂଶ ଭାବରେ ବିଜୁଳି ମାରୁଥିବା ସ୍ଥାନ ନାମରେ ଗିନିଜ ବୁକରେ ରେକର୍ଡ ହୋଇଛି । ଥଣ୍ଡା ଦିନରେ କମ , ମାତ୍ର ବର୍ଷା ଦିନେ ସେଠି ସବୁବେଳେ ବିଜୁଳି ମାରିଥାଏ । ରିପୋର୍ଟ ଅନୁସାରେ, ପ୍ରତି ମିନିଟରେ ୨୮ ଥର ସେଠାରେ ବିଜୁଳି ମାରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବିଜୁଳିର ଚମକ ଏତେ ଥାଏ ଯେ, ୪୦୦ କିମି ଦୂରରୁ ବି ଏହା ଦୃଶ୍ୟମାନ ହୁଏ । ଲୋକଙ୍କ କହିବା ଅନୁସାରେ, ଏହାକୁ ଦେଖିବା ପରେ ଏମିତି ଲାଗେ ଯେମିତି, ଆକାଶ ବହୁରଙ୍ଗୀ କିରଣରେ ଆଚ୍ଛାଦିତ ହୋଇଛି । ତେବେ ଏହି ଅଂଚଳରେ ଏତେ ମାତ୍ରାରେ ବିଜୁଲି କଣ ପାଇଁ ମାରେ, ତାହା ଜାଣିବା ପାଇଁ ବିଶେଷଜ୍ଞମାନେ ବର୍ଷ ବର୍ଷ ଧରି ଗବେଷଣା କରୁଛନ୍ତି । ୧୯୬୦ରେ ଏମିତି କୁହାଯାଇଥିଲା ଯେ, ସେହି ଅଂଚଳରେ ୟୁରାନିୟମର ମାତ୍ରା ଅଧିକ ଥିବାରୁ ଆକାଶରେ ବିଜୁଳି ଅଧିକ ମାରିଥାଏ । ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ, ହ୍ରଦ ନିକଟରେ ଥିବା ତୈଳ କ୍ଷେତ୍ରରେ ମିଥେନର ପ୍ରଚୁର ମାତ୍ରା ଥିବା କାରଣରୁ ଆକାଶରେ ବିଜୁଳି ଅଧିକ ମାରିଥାଏ । ତେବେ ୟୁରାନିୟମ ଓ ମିଥେନକୁ ନେଇ ଯେଉଁ ତଥ୍ୟା ରଖାଯାଇଛି, ତାହା ସ୍ୱତଃପ୍ରବୃତ ଭାବରେ ପ୍ରମାଣ ହୋଇନାହିଁ । ସଥିପାଇଁ ଏହି ଜାଗା ଏବେ ବି ରହସ୍ୟମୟ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking