28.9 C
Bhubaneswar
Sunday, May 5, 2024
Homeକୃଷିରାଜ୍ୟ ସରକାର ଆସନ୍ତା୧୬ ତାରିଖ ସୁଦ୍ଧା ଧାନ କ୍ରୟର ଅବଧି ବୃଦ୍ଧି ନ କଲେ ଆସନ୍ତା-୧୭...

ରାଜ୍ୟ ସରକାର ଆସନ୍ତା୧୬ ତାରିଖ ସୁଦ୍ଧା ଧାନ କ୍ରୟର ଅବଧି ବୃଦ୍ଧି ନ କଲେ ଆସନ୍ତା-୧୭ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ କିଷାନ କଂଗ୍ରେସ

*ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜିକରଣ ଅବଧି ଚଳିତ ଅଗଷ୍ଟ-୧୬ ପରିବର୍ତ୍ତେ ସେପ୍ଟେମ୍ବର-୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧିମଣ୍ଡଳୀ*

ଭୁବନେଶ୍ୱର- ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତବର୍ଷର ସମସ୍ତ ବଳକା ଖରିଫ୍ ଧାନ ସଂଗ୍ରହ କରିବା ପାଇଁ ଚାଷୀ  ନାମ ପଞ୍ଜିକରଣ କରିବାକୁ ଗତ ଜୁଲାଇ-୧୫ରୁ ଅଗଷ୍ଟ-୧୬,୨୦୨୧ରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ଆଜି ସୁଦ୍ଧା ଯାହା ଜଣାପଡ଼ିଛି, ଅନେକ କୃଷି ସେବା ସମବାୟ ସମିତିରେ କର୍ମଚାରୀ ନ ଥିବା ଏବଂ ସମୟ ସୀମିତ ଦୃଷ୍ଟିରୁ ରାଜ୍ୟର ପାଖାପାଖି ଆଉ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଚାଷୀ ଏହି ସମୟସୀମା ମଧ୍ୟରେ ଧାନ ବିକିବା ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରିପାରି ନାହାନ୍ତି । ଆସନ୍ତା ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟି । ଇତି ମଧ୍ୟରେ ବଳକା ଥିବା ଅନ୍ୟ ସମସ୍ତ ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିବା ବୋଧହୁଏ ଆଉ ସମ୍ଭବପର ହେଉ ନାହିଁ । ତେଣୁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟସୀମା ଆଉ ଏକମାସ ଅର୍ଥାତ ଚଳିତ ଅଗଷ୍ଟ-୧୬ଠାରୁ ସେପ୍ଟେମ୍ବର-୧୫,୨୦୨୧ରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଓଡ଼ିଶାର ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ରାଜ ଭବନଠାରେ ଏହି ସମ୍ପର୍କରେ ବିସ୍ତୃତ ଆଲୋଚନା କରି ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ଆସନ୍ତା ୧୬ ତାରିଖ ସୁଦ୍ଧା ଚାଷୀ ପଞ୍ଜିକରଣ ପାଇଁ ସମୟସୀମା ବୃଦ୍ଧି ନ କରନ୍ତି, ଆସନ୍ତା ୧୭ ତାରିଖ ଦିନ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ଼ ଗାଇଡଲାଇନ୍ ଅନୁପାଳନ କରି ସରକାରଙ୍କ ବିରୁଦ୍ଧରେ ଏହାର ପ୍ରତିବାଦ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି, ଗତ ବର୍ଷ ଖରିଫ୍ ଓ ରବି ଉତ୍ପାଦିତ ଧାନରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ ପାଇଁ ସମସ୍ତ ସର୍ତ୍ତ ପୂରଣ କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କଠାରୁ ଧାନ କ୍ରୟ କଲେ ନାହିଁ । ଯାହା ଫଳରେ ସାରା ରାଜ୍ୟରେ ଅଦ୍ୟାବଧି ଚାଷୀ ଅସନ୍ତୋଷ ଲାଗି ରହିଛି । ଏଥିପାଇଁ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ।  ମହାମାରୀ କରୋନା ସଂକ୍ରମଣ ସମୟରେ କୃଷି ଓ କୃଷକର ଅବଦାନ ଅତୁଳନୀୟ । ତଥାପି କରୋନା ପରିସ୍ଥିତିରେ ସମ୍ମୁଖୀନ ଥାଇ ରାଜ୍ୟର ଚାଷୀ କୃଷି ଉତ୍ପାଦନ କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଯଦି ଏଭଳି ସଙ୍କଟମୟ ପରିସ୍ଥିତିରେ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କଠାରୁ ଧାନ କିଣା ନ ଯିବ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଗତ ରବିରେ ଯେପରି ଟୋକନ ସମସ୍ୟା ଫଳରେ ବହୁ ଚାଷୀ ଧାନ ବିକିବାରୁ ବଞ୍ôଚତ ହେଲେ ସେହିଭଳି ଚଳିତ ବର୍ଷର ଧାନ କ୍ରୟ ପାଇଁ ଚାଷୀ ନବୀକରଣ ସମସ୍ୟାରେ ଅହେତୁକ ସମସ୍ୟା ଉପୁଜୁଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ଚାଷୀନେତା ସ୍ୱପ୍ନେଶ୍ୱର ପୃଷ୍ଟି, ଗୋବିନ୍ଦ ମିଶ୍ର, ବିପ୍ରବର ସାହୁ, ପଦ୍ମଚରଣ ସାହୁ, ରାମ ବିଶ୍ୱାସରାୟ,ଭୂବନାନନ୍ଦ ସାମଲ, ନାରାୟଣ ପରିଡ଼ା, ବିରେନ୍ଦ୍ର ଭୂଷଣ ହୋତା, ଦାଶରଥି ସାହୁ, ନିରଞ୍ଜନ ବେହେରା, ଭାଗୀରଥି ସାହୁ, ଧୃବଚରଣ ପରିଡ଼ା, ଦେବଲୋଭନ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking