40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚୀନର ଜଣେ ଶକ୍ତିଶାଳୀ ନେତା, ଯିଏ ସ୍ନାନ କରିବା ଓ ଦାନ୍ତ ଘଷିବାକୁ କରୁଥିଲେ ଘୃଣା

ଚୀନର ଜଣେ ଶକ୍ତିଶାଳୀ ନେତା, ଯିଏ ସ୍ନାନ କରିବା ଓ ଦାନ୍ତ ଘଷିବାକୁ କରୁଥିଲେ ଘୃଣା

ନୂଆଦିଲ୍ଲୀ: ଜଙ୍ଗଲରେ ରହୁଥିବା କିଛି ଜନଜାତିଙ୍କୁ ଛାଡିଦେଲେ, ଦୁନିଆରେ ଏମିତି କୌଣସି ବ୍ୟକ୍ତି ନଥିବେ ଯିଏ ବ୍ରସ କରୁନଥିବେ । ହେଲେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦିନେ ଦୁନିଆର ସବୁଠୁ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ପରିଗଣିତ ଥିଲେ । ହେଲେ କୁହାଯାଏ ସେ କେବେ ବି ନିଜ ଜୀବନକାଳ ମଧ୍ୟରେ ବ୍ରଶ କରିନଥିଲେ । ସେହି ବ୍ୟକ୍ତିଙ୍କ ନାମ ହେଲା ମାଓତ୍ସେ ତୁଙ୍ଗ । ଯାହାକୁ ମାଓ ଜେଡଙ୍ଗ ବି କୁହାଯାଏ । ମାଓ ଡାକ୍ତର ଥିବା ଜି ସି ଲୀ ତାଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଛନ୍ତି, ଯାହାର ନାମ ଦ ପ୍ରାଇଭେଟ ଲାଇଫ ଅଫ ଚେୟାରମ୍ୟାନ ମାଓ । ଏତିରେ ସେ ଚୀନର ଏହି ନେତାଙ୍କ ବିଷୟରେ ଅନେକ ଆଶ୍ଚର୍ଯୟକର କଥା କହିଛନ୍ତି ।
ଜୀ ସୀ ଲିଙ୍କ ଅନୁସାରେ, ମାଓ  ଯେତେବେଳେ ସୋଇକି ଉଠୁଥିଲେ, ବ୍ରସ କରିବା ବଦଳରେ ଦାନ୍ତ ସଫା କରିବା ପାଇଁ ଚା ରେ କୁଳୁକୁଚା କରୁଥିଲେ । ପ୍ରତିଦିନ ସେ ଏମିତି କରୁଥିଲେ । ମାଓଙ୍କ ଦାନ୍ତ ଦେଖି ଏମିତି ଲାଗୁଥିଲା, ଯେମିତି କିଏ ହଳଦିଆ ରଂଗରେ ରଂଗେଇ ଦେଇଛି । କେବଳ ଏତିକି ନୁହେଁ, ମାଓ କେବେ ବି ସ୍ନାନ ମଧ୍ୟ କରୁନଥିଲେ । ଏମିତି କୁହାଯାଏ ସେ ଗାଧୋଇବାକୁ ଘୃଣା କରୁଥିଲେ । ମାଓତ୍ସେ ତୁଙ୍ଗ ଶୋଇବା ଓ ଉଠିବାରେ ଦୁନିଆରୁ ଭିନ୍ନ ଥିଲେ । ତାଙ୍‌କ ଦିନ ମଧ୍ୟ ରାତିରେ ଆରମ୍ଭ ହେଉଥିଲା । ଯେତେବେଳେ ପୁରା ଦୁନିଆ ଶୋଉଥିଲା, ସେ କାମ କରୁଥିଲେ ଓ ଯେତେବେଲେ ଲୋକଙ୍କ ଉଠିବା ସମୟ ହେଉଥିଲା, ସେତେବେଳେ ସେ ଯାଇ ଶୋଉଥିଲେ ।
ତେବେ ମାଓଙ୍କ ବିଷୟରେ ଆଉ ଏକ କଥା ମଧ୍ୟ ବେଶ ପ୍ରସିଦ୍ଧ । ତାହା ହେଲା ସେ ସବୁବେଳେ ନିଜ ପଲଙ୍କରେ ଶୋଉଥିଲେ, କାରଣ ତାଙ୍କୁ ଆଉ କାହା ବିଛଣାରେ ନିଦ ଆସୁନଥିଲା । ଏମିତିକି ସେ ଯେତେବେଲେ ବିଦେଶ ଯାତ୍ରା କରୁଥିଲେ, ସେତେବେଲେ ବି ତାଙ୍କ ବିଛଣା ତାଙ୍କ ସହ ଯାଉଥିଲା ।
୨୬ ଡିସେମ୍ବର ୧୮୯୩ରେ ହୁନାନ ପ୍ରାନ୍ତର ଶାଓଶାନ କସବେରେ ଜନ୍ମ ହୋଇଥିବା ମାଓ ଦୁନିଆରେ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ସେ ଜଣେ ମହାନ ପ୍ରଶାସକ ଥିଲେ । ଚୀନ ବାସୀ ଏମିତି ଭାବନ୍ତି ଯେ, ମାଓ ହିଁ ସେହି ବ୍ୟକ୍ତି ଥିଲେ, ଯିଏ ନିଜର ନୀତି ଓ କାର୍ଯୟକ୍ରମ ମାଧ୍ୟମରେ ଆର୍ଥିକ, ଜ୍ଞାନକୌଶଳ ବିତ୍ତିକ ଓ ସାଂସ୍କୃତିକ ବିକାଶ ସହିତ ଚୀନକୁ ଦୁନିଆର ଏକ ପ୍ରମୁଖ ଶକ୍ତି ବନିବାରେ ନିଜର ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ତେବେ ମାଓଙ୍କ ଏକ ବଡ ଭୁଲ ପାଇଁ କୋଟି କୋଟି ଲୋକଙ୍କ ପ୍ରାଣ ଚାଲି ଯାଇଥିଲା । ୧୯୫୮ ମସିହାରେ ମାଓ ଏକ ଅଭିଯାନ ଆରମ୍ଭ କରିଥିଲେ । ଯାହାକୁ ପୋର ପେଷ୍ଟ କ୍ୟାମ୍ପେନ ନାମରେ ଜଣାଯାଏ । ଏଥିରେ ସେ ୪ ଜୀବଙ୍କୁ ମାରିବାକୁ ଆଦେଶ ଦେଇଥିଲେ । ଏତିରେ ମଶା, ମାଛି, ମୂଷା ଓ ପକ୍ଷୀ ସାମିଲ ଥିଲେ । ତେବେ ପରବର୍ତୀ ସମୟରେ ଏହା ଓଲଟା ତାଙ୍କ ଉପରେ ଭାରି ହୋଇଥିଲା । ଯେଉଁଥିପାଇଁ ଚୀନରେ ଭୟାନକ ଦୁର୍ଭିକ୍ଷ ଆସିଥିଲା ଓ ଲୋକେ ଭୋକରେ ମରିଥିଲେ । ସେତେବେଳେ ପ୍ରାୟ   ୧୫ ମିଲିୟନ ଲୋକେ ଏତିରେ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking