27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୋସିଆଲ ମିଡିଆରେ 'କିଙ୍ଗ ଇଜ ବ୍ୟାକ'

ସୋସିଆଲ ମିଡିଆରେ ‘କିଙ୍ଗ ଇଜ ବ୍ୟାକ’

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶାହାରୁଖ ଖାନ । ତାଙ୍କର ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ କିଛି ମାସ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ । ସେ ବହୁ ପରିସ୍ଥିତିର ସାମ୍ନା କରି କିଙ୍ଗ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ବହୁ ମାସ ପରେ ଗୋରୀ ସୋସିଆଲ ମିଡିଆକୁ ଫେରିଥିଲେ । ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସମାନେ ଅନାଇ ରହିଥିଲେ କି ଶାହାରୁଖ କେବେ ଫେରିବେ । ଶାହରୁଖ ପୂର୍ବରୁ ଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୨୦୨୧ ରେ ଶେଷ ପୋଷ୍ଟ କରିଥିଲେ। ଏହା ପରେ ଜାନୁଆରୀ ୧୯ରେ କିଙ୍ଗ ଖାନ୍‌ ପ୍ରଥମ ପୋଷ୍ଟ କରିଛନ୍ତି । ଶାହାରୁଖ ଖାନଙ୍କ ଏହି ପୋଷ୍ଟ ଏକ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଛନ୍ତି ଏବଂ ଏଥିରେ ସେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ସହ ନଜର ଆସିଛନ୍ତି। ଶାହାରୁଖ ଖାନ ଏବଂ ଗୌରୀ ଏହି ଷ୍ଟାଇଲ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତାଙ୍କୁ ମନେ ପକାଉଥିବାରୁ ଏହି ପୋଷ୍ଟ ଶାହରୁଖଙ୍କ ପ୍ରଶଂସକଙ୍କୁ ଖୁସି କରିଛି। ଶାହାରୁଖଙ୍କ ଏହି ପୋଷ୍ଟ ସେୟାର କରିବା ମାତ୍ରେ ଖୁବ୍‌ ଭାଇରାଲ ହୋଇଛି। ତାଙ୍କର ଏହି ପୋଷ୍ଟରେ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲାଇକ୍ ମିଳିଥିବା ବେଳେ । ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ମନ୍ତବ୍ୟ ଦେଇ କହିଛନ୍ତି ‘King Is Back’ କହି ସ୍ୱାଗତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking