29.1 C
Bhubaneswar
Thursday, May 2, 2024
Homeଓଡିଶାନାବାଳକ ୭ ବର୍ଷ ପରେ ନିଜ ରାଜ୍ୟ ଝାଡଖଣ୍ଡକୁ ଫେରିଲେ

ନାବାଳକ ୭ ବର୍ଷ ପରେ ନିଜ ରାଜ୍ୟ ଝାଡଖଣ୍ଡକୁ ଫେରିଲେ

ଖୋର୍ଦ୍ଧା :୨୦୧୪ ମସିହା ଅପରେସନ ସ୍ମାଇଲ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ୧୪ ବର୍ଷିୟ ନାଁବାଳକ ସାଲୁଜା ସାମ୍ବରୀକୁ ତାର ନିଜ ରାଜ୍ୟ ଝାଡଖଣ୍ଡରେ ଛଡାଯାଇଛି । ସୂଚନା ଅନୁଯାୟୀ, ସାଲୁଜା ସାମ୍ବରୀକୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ପରେ ତାକୁ ଅତିରିକ୍ତ ଶିଶୁ ମଙ୍ଗଳ ସମିତି ଖୋର୍ଦ୍ଧାଙ୍କ ନିକଟରେ ହାଜର କରାଯିବା ପରେ ଶିଶୁ ମଙ୍ଗଳ ସମିତି ନିର୍ଦ୍ଦେଶକ୍ରମେ ସାଲୁଜା ସାମ୍ବରୀକୁ ଭୁବନେଶ୍ୱରସ୍ଥିତ ଗାଡକଣଠାରେ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ଅବସ୍ଥାପିତ କରାଯାଇଥିଲା । ବିଭିନ୍ନ  ସମୟରେ ସାଲୁଜାକୁ କାଉନସେଲିଂ କରାଯାଉଥିଲେ ମଧ୍ୟ ତାର ଠିକଣା ଠିକ ଭାବେ କହିପାରୁନଥିଲା ବୋଲି  ଜିଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର ମନସ୍ୱିନୀ ମହାପାତ୍ର କହିଛନ୍ତି । ଏହି ସମୟ ମଧ୍ୟରେ ସାଲୁଜାକୁ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ଶିକ୍ଷା ପ୍ରଦାନକରାଯାଇଥିଲା ।

ବର୍ତମାନ ସାଲୁଜା ସାମ୍ବରୀ ୮ମ ଶ୍ରେଣୀ ପାଶ କରିଛି । ସାଲୁଜା ୨୦୧୪ ରେ ଘରୁ ରେଳରେ କଲକତା ଓ ପରେ ଭୁବନେଶ୍ୱରରେ ପହଂଚିବା ପରେ ତାକୁ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ପ୍ରତ୍ୟେକ ପିଲାକୁ ତାର ପରିବାର ଯୋଗାଇବା ନ୍ୟାୟରେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣୀଶ୍ରୀ ପଟ୍ଟନାୟକ ସାଲୁଜା ସାମ୍ବରୀ ଆଧାର କାର୍ଡ କରିବା ପାଇଁ ଅନୁଷ୍ଠାନକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ଯେତେବେଳେ ପିଲାଟିର ଆଧାର କରିବା ପାଇଁ ପ୍ରୟାସ ଆରମ୍ଭ ହେଲା ସେତେବେଳେ ଜଣାଗଲା ଯେ ପିଲାଟି ଝାଡଖଣ୍ଡ ଅଚଂଳର । ଆଧାର କାର୍ଡରୁ ସାଲୁଜାର ଠିକଣା ସ୍ପଷ୍ଟ ହେବା ପରେ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ମାନସ ରଥ ସେହି ଗ୍ରାମର ପୋଷ୍ଟ ଅଫିସ ଲୋଟା ପାହାଡର ପୋଷ୍ଟ ମାଷ୍ଟର ସହିତ ଯୋଗାଯୋଗ କରି ସାଲୁଜାର ବାପା ସୈାମ୍ୟ ସାମ୍ବରୀ ଏବଂ ମାଆ ପାଲୋ ସାମ୍ବରୀ ସହିତ ଆଭାସୀ ମାଧ୍ୟମରେ ସାକ୍ଷାତ କରାଇଥିଲେ ଏବଂ ସ୍ପଷ୍ଟ ହୋଇଥିଲା । ତାପରେ ଆରମ୍ଭ ହେଲା ଘରବାହୁଡା ପ୍ରୟାସ । ଗତ କାଲି ସାଲୁଜାକୁ ତାର ପିତା ମାତାଙ୍କୁ ହସ୍ତାନ୍ତର କରାଯାଇଛି । ଏହି ହସ୍ତାନ୍ତର ସମୟରେ ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶଚିନ୍ଦ୍ରନାଥ ସାହୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking