28.3 C
Bhubaneswar
Wednesday, May 14, 2025
Homeଓଡିଶାଖୋଲୁନି ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁ ମୋବାଇଲ ଜବତ

ଖୋଲୁନି ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁ ମୋବାଇଲ ଜବତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ରହସ୍ୟ ଖୋଲିବାର ନାଁ ନେଉନି । ପୁଲିସ ତନ୍ନ ତନ୍ନ କରି ଯା କରୁଥିବା ବେଳେ ସବୁଦିଗକୁ ତଦନ୍ତ ପରିସରଭୃକ୍ତ କରିଛି । ଶୁଭଲକ୍ଷ୍ମୀ ମୋବାଇଲକୁ ପୁଲିସ ଯା କରୁଥିବା ବେଳେ ଶେଷ କଲକୁ ସନ୍ଦେହ ବଢୁଛି । ସେପଟେ ପୁଲିସ ଶୁଭଲକ୍ଷ୍ମୀର ପୁରୁଷ ବନ୍ଧୁଙ୍କ ମୋବାଇଲକୁ ଜବତ କରି ଖୋଳତାଡ କରୁଛି ।

ବାର ଡ୍ୟାନ୍ସର ଶୁଭଲକ୍ଷ୍ମୀ ମୃତ୍ୟୁ ତଦନ୍ତ ଚାଲିଥିବା ବେଳେ ଆଜି ତାର ଶେଷ ଭିଡ଼ିଓ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରେ ଶେଷଥର ପାଇଁ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି । ଭିଡିଓଟି ଅଗଷ୍ଟ ୨ ତାରିଖ ଅପରାହ୍ନ ୪ଟା ୧୩ ମିନିଟର । ଭିଡିଓଟି ଦୀପାଲି ହୋଟେଲର ଓ ଶୁଭଲକ୍ଷ୍ମୀ ହୋଟେଲକୁ ପ୍ରବେଶ କରୁ୍‌ଥିବାର ଦୃଶ୍ୟ ରହିଛି । ସାଙ୍ଗରେ ବଡ ବଡ ଦୁଇଟି ବ୍ୟାଗ୍ ଅଛି । ଏହି ବ୍ୟାଗକୁ ଦୁଇ ଜଣ ହୋଟେଲ କର୍ମଚାରୀ ବୋହି ବୋହି ନେଉଛନ୍ତି । ସେ ପାହାଚରେ ଚଢି ଯାଉଥିବା ବେଳେ ଆଗେ ଆଗେ ହୋଟେଲର କର୍ମଚାରୀ ଯାଉଛନ୍ତି । ଶୁଭଲକ୍ଷ୍ମୀ ଏହି ସମୟରେ କାହା ସହ ଫୋନରେ କଥା ହେଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।
ସେପଟେ ଶୁଭଲକ୍ଷ୍ମୀ ଶେଷଥର ପାଇଁ ଜଣେ ଡିଜେଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଥିଲେ ।

ତେବେ ସେ ଡିଜେ କିଏ? ତାଙ୍କୁ ସେ କାହିଁକି ଭିଡିଓ କଲ୍ କରିଥିଲେ । ଭିଡିଓ କଲରେ ତାଙ୍କୁ କ’ଣ କହିବାକୁ ବା ଦେଖାଇବାକୁ ଚାହିଁଥିଲେ? ଏଭଳି ନୂଆ ପ୍ରଶ୍ନ ଏବେ ତଦନ୍ତକାରୀଙ୍କ ଆଗରେ ଉଭା ହୋଇଛି । ଉକ୍ତ ଡିଜେଙ୍କୁ ଜେରା ପରେ ଏସବୁର ଗୁମର ଖୋଲିବ ବୋଲି ଆଶା କରା ଯାଉଛି । କେବଳ ଡିଜେ ନୁହନ୍ତି, ସେ ତାଙ୍କ ଦୁଇଟି ମୋବାଇଲ୍ ଫୋନ୍‌ରେ ଥିବା ଦୁଇଟି ଇନ୍‌ଷ୍ଟା ଆକାଉ , ଗୋଟିଏ ସ୍ନାପ ଚାର୍ଟ ଓ ହ୍ୱାଟ୍ସଆପ୍‌ରୁ ୮ଜଣଙ୍କୁ ଏକାଧିକ ଥର ଭିଡିଓ କଲ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯେହେତୁ ତାଙ୍କ ମୋବାଇଲ ପାସୱାର୍ଡ ଯୋଗୁଁ ଖୋଲିବା ସମ୍ଭବ ହେଉନାହିଁ, ତେଣୁ ଅଧିକ ତଥ୍ୟ ପାଇଁ ହ୍ୱାଟସ୍‌ଆପ ସମେତ ଅନ୍ୟ ସମସ୍ତ ସୋସିଆଲ ମିଡିଆ କ ର୍ୃପକ୍ଷଙ୍କୁ ତଥ୍ୟ ମଗାଯାଇଛି । ସେହିପରି ମୋବାଇଲକୁ ଏସ୍‌ଏଫ୍‌ଏସ୍‌ଏଲ ପଠାଇ ଯଥା ସମ୍ଭବ ତଥ୍ୟ ହାତେଇବାକୁ ପୁଲିସ ଚେଷ୍ଟା ଚଳାଇଛି ।

ସିଡିଆର ରିପୋର୍ଟ ମୁତାବକ ଘଟଣାଦିନ ସନ୍ଧ୍ୟା ୬ଟାରୁ ରାତି ୧ଟା ୧୦ ମଧ୍ୟରେ ଶୁଭଲକ୍ଷ୍ମୀ ୧୨ଜଣଙ୍କୁ କଲ୍ କରିଥିଲେ । କାହା ସହ ୧୦ ସେକେଣ୍ଡ ତ କାହାସହ ୨୦ ସେକେଣ୍ଡ କଥା ହୋଇଥିଲେ । ହେଲେ ଶେଷଥର ପାଇଁ ରାତି ୧ଟା ୧୦ରେ ୪୦ ସେକେଣ୍ଡ ପାଇଁ କଥା ହୋଇଥିଲେ । ଆଉ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ତାଙ୍କ ନମ୍ବରକୁ ୧୨ଥର ମିସକଲ ଆସିଥିଲା । ସମସ୍ତ ନମ୍ବର ପୁଲିସ ନଜରରେ ଥିବା ବେଳେ ଶେଷ କଲ ଏବଂ ଗୋଟିଏ ନମ୍ବରରୁ ୧୨ଥର ମିସ୍ଡକଲ ଆସିବା ପୁଲିସର ସନ୍ଦେହକୁ ଆହୁରି ବଢାଇଛି ।

ଏତେ ରାତିରେ ଜଣେ ଯୁବତୀ ହୋଟେଲରେ ଥିବାବେଳେ ଏତେ ଲୋକଙ୍କୁ କଲ କରିବା ଏବଂ ତାଙ୍କୁ ଅନ୍ୟମାନେ ମଧ୍ୟ ତାଙ୍କୁ କଲକରିବା ଘଟଣାକୁ ଭିନ୍ନ ମୋଡ ଆଡକୁ ଟାଣିଛି । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking