ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ କିଛି ଛାତ୍ର ରାଗିଂ କରିଥିବା ନେଇ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଗତ ୧୯ ତାରିଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି କଲେଜର ଆଣ୍ଟି ର୍ୟାଗିଂ କମିଟି ତଦନ୍ତ କରିଥିଲା । ତଦନ୍ତ ପରେ ରାଗିଂରେ ସଂପୃକ୍ତ ୯ ଜଣ ଛାତ୍ରଙ୍କୁ ଆଗାମୀ ନୋଟିସ ଯାଏଁ କ୍ଳାସରୁ ସସ୍ପେଣ୍ଡ କରାଯାଇଥିବା ନେଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡ଼ିଛି ।
ସଂପୃକ୍ତ ଛାତ୍ରମାନେ ପୂର୍ବରୁ ବି କଲେଜରେ ବିଶୃଙ୍ଖଳା ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଥିôବାରୁ ସେମାନଙ୍କ ସଂପର୍କରେ ବ୍ରହ୍ମପୁର ଏସପିଙ୍କୁ ସୂଚନା ଦିଆଯାଇଛି । କଲେଜର ଆଭ୍ୟନ୍ତରୀଣ ଶୃଙ୍ଖଳା ବ୍ୟାହତ ହୋଇଥିôବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।