28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆମେରିକା ଗୁରୁଦ୍ୱାରରେ ଖଲିସ୍ତାନୀଙ୍କ ଉତ୍ପାତ; ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅସୌଜନ୍ୟ ବ୍ୟବହାର

ଆମେରିକା ଗୁରୁଦ୍ୱାରରେ ଖଲିସ୍ତାନୀଙ୍କ ଉତ୍ପାତ; ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅସୌଜନ୍ୟ ବ୍ୟବହାର

ନ୍ୟୁୟର୍କ : ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁଙ୍କୁ ଖଲିସ୍ତାନୀ ସମର୍ଥକମାନେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା ଜଣାପଡିଛି । ଗୁରୁପରବ ଉପଲକ୍ଷେ ତରନ୍‌ଜିତ ରବିବାର ଲଙ୍ଗ୍ ଆଇଲାଣ୍ଡରେ ଥିବା ହିକ୍‌ସଭିଲ୍ଲେ ଗୁରୁଦ୍ୱାର ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କେତେକ ଖଲିସ୍ତାନୀ ସମର୍ଥକ ତାଙ୍କୁ ଘେରିଯାଇ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା ଜଣାପଡିଛି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାନାଡାରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ତରନ୍‌ଜିତ୍ ସଂପୃକ୍ତ ବୋଲି ଖଲିସ୍ତାନୀ ସମର୍ଥକମାନେ ସ୍ଲୋଗାନ ଦେବାସହିତ ଶିଖ୍ ଫର୍ ଜଷ୍ଟିସ ସଂଗଠନର ନେତା ଗୁରପତ୍‌ୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଯୋଜନାରେ ତରନ୍‌ଜିତ୍ ସଂଶ୍ଲିଷ୍ଟ ବୋଲି ସେମାନେ ଅଭିଯୋଗ କରିଥିଲେ । ତେବେ ଗୁରୁଦ୍ୱାର କମିଟିର ସଦସ୍ୟମାନେ ତରନ୍‌ଜିତ୍‌ଙ୍କ କର୍ଡନ କରି ନେଇଯାଇଥିଲେ ସୁଦ୍ଧା ଖଲିସ୍ତାନୀ ସମର୍ଥକମାନେ ପ୍ରବଳ ହୋହାଲ୍ଲା କରିବା ସହ ତରନ୍‌ଜିତ୍‌ଙ୍କୁ ଶିଖ୍ ବିରୋଧୀ ବୋଲି ଆକ୍ଷେପ କରିଥିଲେ । ତେବେ ତରନ୍‌ଜିତ ଗୁରୁଦ୍ୱାର ପରିଦର୍ଶନ ସମ୍ପର୍କରେ ଟ୍ୱିଟରରେ ପୋଷ୍ଟ୍ କରିଥିଲେ ସୁଦ୍ଧା ଖଲିସ୍ତାନୀଙ୍କ ଉତ୍ପାତ ସମ୍ପର୍କରେ ପଦୁଟିଏ ମଧ୍ୟ ଉଲ୍ଲେଖ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking