32.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ

ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ

କେନିଆ: କେନ୍ଦ୍ରୀୟ କେନିଆର ଏକ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଶୋଇଥିବା ଅବସ୍ଥାରେ ୧୭ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣ ଆହତ ହୋଇଛନ୍ତି। ନିଆରୀ କାଉଣ୍ଟିର ହିଲ୍ସାଇଡ୍ ଏଣ୍ଡରାସା ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ କହିଛି। ସେଠାକାର ସରକାରୀ ମୁଖପାତ୍ର ଆଇଜାକ୍ ମୁୱାରା କହିଛନ୍ତି ଯେ ପିଲାମାନେ ଚତୁର୍ଥରୁ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଏବଂ ସେମାନଙ୍କ ବୟସ ପ୍ରାୟ ୯ରୁ ୧୩ ବର୍ଷ ଥିଲା।

ହଷ୍ଟେଲରେ ୧୫୬ ଜଣ ଛାତ୍ର ଥିଲେ। ଗୁରୁବାର ରାତିରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମୃତଦେହକୁ ଚିହ୍ନିବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ କହିଛି ଯେ ସେହି ପ୍ରାଥମିକ ବୋର୍ଡିଂ ସ୍କୁଲରେ ମୋଟ ୮୨୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି, ସେମାନଙ୍କ ମଧ୍ୟରେ ୪୦୨ ଜଣ ବାଳକ ଏବଂ ୪୨୨ ଜଣ ବାଳିକା ଅଛନ୍ତି। ୧୫୬ ଜଣ ବାଳକ ଓ ୧୬୦ ଜଣ ବାଳିକା ହଷ୍ଟେଲରେ ରହୁଥିବା ବେଳେ ଅନ୍ୟମାନେ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଅଟନ୍ତି। ଅଗ୍ନିକାଣ୍ଡ ଘଟିଥିବା ବିଦ୍ୟାଳୟଟି ରାଜଧାନୀ ନାଇରୋବିଠାରୁ ପ୍ରାୟ ୧୭୦ କିଲୋମିଟର ଉତ୍ତରରେ ଅବସ୍ଥିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking