27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଖଲିସ୍ତାନ ଆତଙ୍କବାଦୀ ଲଖ୍‌ବୀର ମୃତ

ଖଲିସ୍ତାନ ଆତଙ୍କବାଦୀ ଲଖ୍‌ବୀର ମୃତ

ଇସଲାମାବାଦ:  ଖଲିସ୍ତାନ ସଂଗଠନର କୁଖ୍ୟାତ ଆତଙ୍କବାଦୀ ଲଖ୍‌ବୀର ସିଂହ ରୋଡେ ଚଳିତମାସ ୨ରେ ପାକିସ୍ତାନରେ ହୃଦଘାତରେ ପ୍ରାଣ ହରାଇଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସୂତ୍ରରୁ ଜଣାପଡିଛି । ୭୨ ବର୍ଷୀୟ ଲଖ୍‌ବୀର ‘ଖଲିସ୍ତାନ ଜିନ୍ଦାବାଦ ଫୋର୍ସ’ ସଂଗଠନର ନେତୃତ୍ୱ ନେଉଥିବାବେଳେ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିଲା ବୋଲି ଅଭିଯୋଗ ହୋଇଛି । ଲଖ୍‌ବୀର ହେଉଛି ଶିଖ୍ ଆତଙ୍କବାଦୀ ଜର୍ନେଲ ସିଂହ ଭିନ୍ଦ୍ରନ୍‌ୱାଲେର ପୁତୁରା ।

୧୯୮୪ରେ ସ୍ୱର୍ଣ୍ଣମନ୍ଦିର ପରିସରରେ ସେନା ପକ୍ଷରୁ ସମ୍ପାଦିତ ଅପରେସନ ବ୍ଲୁ ଷ୍ଟାର ଯୋଗୁଁ ଭିନ୍ଦ୍ରନୱାଲେ ପ୍ରାଣ ହରାଇବାପରେ ଲଖ୍‌ବୀର ପାକିସ୍ତାନ ପଳାଇଯାଇ ଲାହୋରରେ ବାସବାସ କରୁଥିଲା । ଅତୀତରେ ନେପାଳ ପୁଲିସ ଲଖ୍‌ବୀରକୁ ୨୦ କିଲୋ ଆର୍‌ଡିକ୍ସ ସହ କାଠମାଣ୍ଡୁରେ ଗିରଫ କରିଥିଲା । ୨୦୨୧ରୁ ୨୦୨୩ ମଧ୍ୟରେ ଏନ୍‌ଆଇଏ ପକ୍ଷରୁ ଲଖ୍‌ବୀର ବିରୋଧରେ ୬ ଆତଙ୍କବାଦୀ ମାମଲା ଦାଏର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking