28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ

କେରଳର ବାଣ ଗୋଦାମରେ ବିସ୍ପୋରଣ : ୧ ମୃତ, ୨୫ ଘର କ୍ଷତିଗ୍ରସ୍ତ

କେରଳ:କୋଚି ନିକଟ ତ୍ରିପୁନିଥୁରା ସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବ୍ୟାପକ ବିସ୍ପୋରଣରେ ମହିଳା ଓ ଶିଶୁଙ୍କ ସମେତ ୧୬ ଜଣ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତ୍ୱର ଥିବାବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରୁ କାଲାମାସେରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନର ସୂଚନାନୁସାରେ ଗୁରୁତ୍ୱରଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ମିଳିନାହିଁ । ଏହି ବିସ୍ପୋରଣରେ ୨୫ ରୁ ଅଧିକ ଘର ସମେତ  କିଛି ଦୋକାନ ଓ ୨ ଯାନ ସମ୍ପୂର୍ଣ୍ଣ ଜଳିଯାଇଛି ।
ଯଦିଓ ବିସ୍ପୋରଣର ପ୍ରକୃତ କାରଣ ଏପର‌୍ୟ୍ୟନ୍ତ ଜଣାପଡିନାହିଁ ଘଟଣାସ୍ଥଳରେ ନିୟୋଜିତଥିବା ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଘଟଣାର ତଦନ୍ତ ପରେ ତଥ୍ୟ ଜଣାଡିବ ବୋଲି ମତ ପ୍ରକାଶ କରିଛନ୍ତି । ଏହି ବିସ୍ପୋରଣରେ ଗୁରୁତ୍ୱର ହୋଇଥିବା ସମସ୍ତ ଆହତ ମାନଙ୍କୁ ବିଶେଶ ସ୍ୱାସ୍ଥ୍ୟ  ସେବା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଭେନା ଜର୍ଜ  ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking