30.1 C
Bhubaneswar
Saturday, May 4, 2024
Homeଓଡିଶାପରିବାର ଆଗକୁ ଆସିଲେନି, କରୋନା ମୃତକଙ୍କ ଶବଦାହ କଲେ ସ୍ୱେଚ୍ଛାସେବୀ

ପରିବାର ଆଗକୁ ଆସିଲେନି, କରୋନା ମୃତକଙ୍କ ଶବଦାହ କଲେ ସ୍ୱେଚ୍ଛାସେବୀ

କେନ୍ଦୁଝର : କରୋନା ଆକ୍ରାନ୍ତ ହୋଇ ଶୁଆକାଟୀରେ ହୋମ୍ ଆଇସୋଲେସନ୍‌ରେ ଥିବା ଜଣେ କରୋନା ଆକ୍ରାନ୍ତ ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶବକୁ ଛୁଇଁଲେ ନାହିଁ କେହି କି ଶବ ସତ୍କାର ପାଇଁ ପରିବାର ଲୋକ ମଧ୍ୟ ଆଗକୁ ଆସିଲେନି । ଶୁଆକାଟୀ ମାଇନିଂ ଛକରେ ରହୁଥିବା ପ୍ରହଲ୍ଲାଦ ସେଠୀଙ୍କୁ(୬୩) କିଛି ଦିନ ହେବ ଜ୍ୱର ହେବା ପରେ କରୋନା ପରୀକ୍ଷା ପରେ କୋଭିଡ ପଜିଟିଭ ଆସିଥିଲା । ଏହା ପରେ ସେ ଘରେ ସଂଗରୋଧରେ ରହିଥିଲେ । ଗୁରୁବାର ଅପରାହ୍ନ ୪ଟା ୩୦ରେ ତାଙ୍କର ମୃତ୍ୟୁ ହେବା ପରେ ଗାଁ ଲୋକ ମଧ୍ୟ କେହି ଆସିନଥିଲେ କି ସତ୍କାର ପାଇଁ ସହଯୋଗ କରିନଥିଲେ ।

ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ମୃତଦେହ ଘର ବାରଣ୍ଡାରେ ପଡ଼ିରହିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା ସତ୍ତ୍ୱେ କେହି ଶବ ସତ୍କାର ପାଇଁ ଆଗକୁ ଆସିଲେନି । ଶେଷରେ ଏହି ଖବର ପ୍ରଚାରିତ ହେବା ପରେ ଆଗକୁ ଆସିଥିଲେ ଶୁଆକାଟୀ ନାଏବ ସରପଞ୍ଚ ପଞ୍ଚାନନ ବାରିକ, ଶୁଆକାଟୀ ୧୩ୱାର୍ଡର ୱାର୍ଡ ମେମ୍ବର ସୌମ୍ୟରଞ୍ଜନ ସାହୁ, ସମାଜସେବୀ ଅଞ୍ଜନ କୁମାର ବେଜ ତାଙ୍କ ଘରକୁ ଯାଇ ବାରଣ୍ଡାରେ ପଡ଼ିଥିବା ଶବ ସତ୍କାର ପାଇଁ ଆଣିଥିଲେ । ପିପିଇ କିଟ୍ ପିନ୍ଧି ଶୁଆକାଟୀ କଲେଜ ପଡିଆ ପଛ ପଟେ ସତ୍କାର କରାଯାଇଥିଲା। ଶବ ସତ୍କାର ବେଳେ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ସେଠୀ, ବାଂଶପାଳ ବିଡିଓ ଉଗ୍ରସେନ ଓରାମ ଓ ତହସିଲଦାର ସପନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking