34.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶପଞ୍ଜାବବାସୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, ଆପ୍ କ୍ଷମତାକୁ ଆସିଲେ ମାଗଣା ବିଜୁଳି

ପଞ୍ଜାବବାସୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, ଆପ୍ କ୍ଷମତାକୁ ଆସିଲେ ମାଗଣା ବିଜୁଳି

ନୂଆଦିଲ୍ଲୀ : ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ଏହି ପରିପ୍ରେକ୍ଷୀରେ ଯଦି ପଞ୍ଜାବରେ ଆପ୍ କ୍ଷମତାକୁ ଆସେ, ତାହାହେଲେ ରାଜ୍ୟବାସୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି । ଦିଲ୍ଲୀରେ ତାଙ୍କ ସରକାର ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଉଛନ୍ତି । ଏହାକୁ ନେଇ ଦିଲ୍ଲୀର ମହିଳା ବେଶ ସନ୍ତୁଷ୍ଟ ଅଛନ୍ତି । ଏହି ଖୁସି ଯେପରି ପଞ୍ଜାବ ମହିଳାଙ୍କୁ ମିଳିବ, ସେଥିପାଇଁ ଆପ୍ ଲକ୍ଷ୍ୟ ରଖିଛି ବୋଲି କେଜ୍ରିୱାଲ ଟ୍ୱିଟ୍ ଜରିଆରେ କହିଛନ୍ତି । କେଜ୍ରିୱାଲ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚଣ୍ଡିଗଡ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking