ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ଚିଠି ଲେଖିଛନ୍ତି । ସାଇକ୍ଲୋନ ସେଲ୍ଟର ହୋମରୁ ଫେରିଥିବା ଲୋକଙ୍କୁ ମନିଟର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପୁନରୁଦ୍ଧାର କାର୍ଯ୍ୟ କରିଥିବା କର୍ମଚାରୀଙ୍କ ଉପରେ ବି ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହାଉସ ଟୁ ହାଉସ ସର୍ବେ ଟିମକୁ ଏନେଇ ସଚେତନ କରିବା ପାଇଁ କୁହାଯାଇଛି । ଯଦି କାହାଠାରେ ଲକ୍ଷଣ ଦେଖାଦିଏ ଆଇସୋଲେସନରେ ରହି ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି ।