28.1 C
Bhubaneswar
Wednesday, April 16, 2025
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ବିଧାନସଭା ନିର୍ବାଚନ : କାହାର ହେବେ ଲିଙ୍ଗାୟତ? ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି ଏହି...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : କାହାର ହେବେ ଲିଙ୍ଗାୟତ? ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି ଏହି ସମ୍ପ୍ରଦାୟ

ନୂଆଦିଲ୍ଲୀ: ଆଗକୁ କର୍ଣ୍ଣାଟକ ନିର୍ବାଚନ । ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ଆଉ ଏଠାରେ ବିଜୟ ବାନା ଉଡାଇବା ପାଇଁ ସବୁ ଦଳ ତାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରନ୍ତି। ଏହି ସମ୍ପ୍ରଦାୟର ଅଧିକ ପ୍ରତିଶତ ଭୋଟ ବିଜେପିକୁ ଯିବାର ଦେଖାଯାଏ। କିନ୍ତୁ ଏଥର ନିର୍ବାଚନରେ ଚିତ୍ର ବଦଳୁଛି। କର୍ଣ୍ଣାଟକର ଜଣାଶୁଣା ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର କଂଗ୍ରେସରେ ମିଶିବା ପରେ ଲିଙ୍ଗାୟତ ଭୋଟବ୍ୟାଙ୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।କେବଳ ସେଟ୍ଟାର ନୁହଁନ୍ତି କଂଗ୍ରେସରେ ମିଶିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡି ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ପ୍ରତିଷ୍ଠିତ ନେତା। ଦଳରେ ଥିଲେ ମଧ୍ୟ ବିଏସ ୟେଦୁରପ୍ପାଙ୍କୁ ଦଳ ଟିକେଟ ଦେଇନାହିଁ। ଏପରିକି ତାଙ୍କୁ ଦଳରେ ସେତେଟା ଗୁରୁତ୍ୱ ଦିଆଯାଉ ନ ଥିବା ଚର୍ଚ୍ଚା ହେଉଛି।
ତେଣୁ ଜଗଦୀଶ ସେଟ୍ଟାର, ଲକ୍ଷଣ ସାବାଡିଙ୍କ ଭଳି ଲିଙ୍ଗାୟତ ନେତାଙ୍କ ପ୍ରତି ବିଜେପି ଅନ୍ୟାୟ କରି ଲିଙ୍ଗାୟତ ସମ୍ପ୍ରଦାୟକୁ ଅପମାନ କରିବା ସହ ଲିଙ୍ଗାୟତଙ୍କ ବିରୋଧରେ ଯାଉଥିବା ପ୍ରସଙ୍ଗକୁ କଂଗ୍ରେସ ପ୍ରମୁଖ ରାଜନୈତିକ ମୁଦ୍ଦା କରିବାକୁ ଯୋଜନା କରିଛି। ଏହି ମାଧ୍ୟମରେ ଲିଙ୍ଗାୟତ ଭୋଟକୁ ଭାଗ କରିବାକୁ ଦଳ ଯୋଜନା କରିଥିବା କୁହାଯାଉଛି।ଏପରିକି ବିଜେପିର ବହୁ ବରିଷ୍ଠ ନେତା କଂଗ୍ରେସରେ ମିଶୁଥିବାରୁ କଂଗ୍ରେସ ସପକ୍ଷରେ ହାୱା ବହୁଛି ବୋଲି ଏକ ବାର୍ତ୍ତା କର୍ଣ୍ଣାଟକବାସୀଙ୍କୁ ଦଳ ଦେବାକୁ ଚାହୁଁଛି ବୋଲି ଆଲୋଚନା ହେଉଛି। ସେପଟେ ସେଟ୍ଟାର ଓ କଂଗ୍ରେସର ଲିଙ୍ଗାୟତ ପ୍ରସଙ୍ଗକୁ କାଉଣ୍ଟର କରିବା ପାଇଁ ବିଜେପି ଯୋଜନା କରିଛି।ଜଗଦୀଶ ସେଟ୍ଟାର ଯେଉଁ ଆସନରୁ ପ୍ରତିନିଧିତ୍ୱ କରୁଥିଲେ ସେ ଆସନରେ ବିଜେପି ମହେଶ ଟେଙ୍ଗିନାକାଇଙ୍କୁ ପ୍ରାର୍ଥୀ କରିଛି। ସେ ଏବେ ହୁବଲି-କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ସେ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ନେତା।ତେଣୁ ସେଟ୍ଟାରଙ୍କ ପୂର୍ବ ନିର୍ବାଚନମଣ୍ଡଳୀରେ ତାଙ୍କରି ସମ୍ପ୍ରଦାୟର ଜଣେ ନେତାଙ୍କୁ ପ୍ରାର୍ଥୀ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସେପଟେ ଲିଙ୍ଗାୟତ ସମ୍ପ୍ରଦାୟ ବିଜେପି ସହ ଥିଲେ ଓ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାସବରାଜ ବୋମ୍ମାଇ।କର୍ଣ୍ଣାଟକ ନିର୍ବାଚନରେ ଜାତି ପ୍ରସଙ୍ଗ ବହୁ ଗୁରୁତ୍ୱ ରଖୁଥିବା ବେଳେ ପ୍ରମୁଖ ଲିଙ୍ଗାୟତ ନେତାଙ୍କ କଂଗ୍ରେସରେ ଯୋଗଦାନ ଦଳକୁ କେତେ ଫାଇଦା ଦେବ ତାକୁ ନେଇ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking