31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ନିର୍ବାଚନ ପ୍ରଚାର ପାଇଁ ଯାଇପାରିବେ ନାହିଁ କଂଗ୍ରେସ ପ୍ରାର୍ଥୀ ବିନୟ କୁଲକର୍ଣ୍ଣି, ଜାଣନ୍ତୁ କାରଣ

ନିର୍ବାଚନ ପ୍ରଚାର ପାଇଁ ଯାଇପାରିବେ ନାହିଁ କଂଗ୍ରେସ ପ୍ରାର୍ଥୀ ବିନୟ କୁଲକର୍ଣ୍ଣି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ବର୍ତ୍ତମାନ ନିର୍ବାଚନ ପ୍ରଚାରକୁ ନେଇ ଆସିଛି ଏକ ବଡ଼ ଖବର। ନିର୍ବାଚନ ପ୍ରଚାର କରିବା ପାଇଁ ନିଜର ନିର୍ବାଚନମଣ୍ଡଳୀ ଯାଇପାରିବେ ନାହିଁ ଜଣେ କଂଗ୍ରେସ ପ୍ରାର୍ଥୀ। ପୁରା ଘଟଣାକ୍ରମ ତାହା ଜାଣିବା ପାଇଁ ଆପଣ ପଢନ୍ତୁ ଏହି ଖବର।
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିରୋଧୀ କଂଗ୍ରେସ ହୋଇସାରିଛି ପ୍ରାର୍ଥୀ ଘୋଷଣା। ବିନୟ କୁଲକର୍ଣ୍ଣି ନାମକ ଜଣେ ବ୍ୟକ୍ତିଙ୍କୁ ରାଜ୍ୟର ଧାରୱାଡ଼ ଆସନରୁ ଦଳୀୟ ପ୍ରାର୍ଥୀ କରିଛି କଂଗ୍ରେସ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କର୍ଣ୍ଣାଟକ ସ୍ଥିତ ଏକ କୋର୍ଟ ନିର୍ବାଚନ ପ୍ରଚାର କରିବା ଧାରୱାଡ଼ ଆସନରେ କଂଗ୍ରେସ ପ୍ରାର୍ଥୀ ବିନୟ କୁଲକର୍ଣ୍ଣିଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କୋର୍ଟ କଂଗ୍ରେସ ପ୍ରାର୍ଥୀଙ୍କୁ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନିର୍ବାଚନମଣ୍ଡଳୀରେ ପ୍ରବେଶ କରିବା ଉପରେ କଟକଣା ଲଗାଇଛନ୍ତି। ଅପ୍ରେଲ ୧୮ ତାରିଖ ମଙ୍ଗଳବାର କର୍ଣ୍ଣାଟକସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ଧାରୱାଡ ଆସନରେ ପ୍ରବେଶ କରିବାକୁ ନେଇ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
ସୁପ୍ରିମକୋର୍ଟ କଂଗ୍ରେସ ପ୍ରାର୍ଥୀ ବିନୟ କୁଲକର୍ଣ୍ଣିଙ୍କଙ୍କୁ ଧାରୱାଡ ଅଞ୍ଚଳରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲେ। ଗତ ୨୦୧୬ ବର୍ଷରେ ବିଜେପି ନେତା ଯୋଗେଶ ଗୌଡଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ରହିଥିବା ବିନୟ କୁଲକର୍ଣ୍ଣିଙ୍କୁ ଧାରୱାଡ ଜିଲ୍ଲାରେ ପ୍ରବେଶ କରିବାକୁ ଅନୁମତି ନଦେବା ସର୍ତ୍ତରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଅପ୍ରେଲ ୧୭ ତାରିଖ ସୋମବାର ଆଡିସନାଲ ସିଟି ସିଭିଲ ଏବଂ ସେନନ୍ସ କୋର୍ଟ ଏବଂ ଜନପ୍ରତିନିଧିଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଅଦାଲତ ଧାରୱାଡ ଠାରେ ପ୍ରବେଶ କରିବା ପାଇଁ ବିନୟ କୁଲକର୍ଣ୍ଣିଙ୍କ ଆବେଦନ ଉପରେ ଶୁଣାଣି ଶେଷ କରିଥିଲେ। ଅପ୍ରେଲ ୧୮ ତାରିଖ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking