31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ପ୍ରଚାରରେ ବ୍ୟସ୍ତ ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ପ୍ରଚାରରେ ବ୍ୟସ୍ତ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ମେ ୧୦ରେ ଭୋଟ ପଡିବାକୁ ଥିବାବେଳେ କର୍ଣ୍ଣାଟକ ମହୀଶୁରରେ ପହଞ୍ଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋମବାର ସକାଳୁ ମହୀଶୁର ଚାମୁଣ୍ଡେଶ୍ୱର ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ ଶାହା । ଏହାପରେ ବିଜେପିର ବିଶାଳ ରୋଡ୍ ସୋ’ରେ ଯୋଗ ଦେଇଥିଲେ । ୨୦୧୮ରେ କର୍ଣ୍ଣାଟକରେ ସରକାର ଗଢିଥିବା ବିଜେପିକୁ ପୁଣିଥରେ ଶାସନ ଗାଦିରେ ବସାଇବା ପାଇଁ ନିର୍ବାଚନୀ ମୈଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ଗୃହମନ୍ତ୍ରୀ । ରୋଡ୍ ସୋ କରି ବିଜେପି ପାଇଁ ବଳ ଗୋଟେଇବାରେ ଲାଗିପଡିଛନ୍ତି ଅମିତ ଶାହା । ଏହି ର‌୍ୟାଲିରୁ ସିଧାସଳଖ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କେବଳ ଶାହା ନୁହଁନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କର୍ଣ୍ଣାଟକରେ ଚିକ୍କାବଲ୍ଲାପୁରରେ ପହଞ୍ଚିନିର୍ବାଚନ ପ୍ରଚାର କରିଛନ୍ତି ।
ସେପଟେ କର୍ଣ୍ଣାଟକରେ ପୁଣିଥରେ କ୍ଷମତାକୁ ଫେରିବା ପାଇଁ ଲାଗି ପଡିଛି କଂଗ୍ରେସ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମାରାଥନ ରାଲି ଓ ସଭା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେବଳ ରାହୁଲ ଗାନ୍ଧୀ ହିଁ ନୁହଁନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବି କର୍ଣ୍ଣାଟକରେ ନିର୍ବାଚନୀ ପ୍ରଚାର କରିଛନ୍ତି । ରବିବାର ହୁବୁଳିରେ ପହଞ୍ଚି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ରାହୁଲ । ବାଗଲକୋଟ ଓ ବିଜୟପୁରରେ ବି ରାଲିରେ ଯୋଗଦେଇଥିଲେ । ସୋମବାର, ରାମଦୁର୍ଗରେ ଆଖୁଚାଷୀଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ କଂଗ୍ରେସ ନେତା । ନିର୍ବାଚନୀ ରାଲିରୁ ବିଜେପିକୁ ଟାର୍ଗେଟ କରିବା ସହ ରାଜ୍ୟରେ କ୍ଷମତାକୁ ଫେରିଲେ କଣ ସବୁ ସୁବିଧା ସୁଯୋଗ ମିଳିବ ସେନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking