27.1 C
Bhubaneswar
Monday, September 16, 2024
Homeଦେଶ ବିଦେଶମଣ୍ଡି ଲୋକସଭା ଆସନରୁ କଙ୍ଗନା ରାଣାୱତ୍ ୨୦ ହଜାର ଭୋଟରେ ଆଗରେ

ମଣ୍ଡି ଲୋକସଭା ଆସନରୁ କଙ୍ଗନା ରାଣାୱତ୍ ୨୦ ହଜାର ଭୋଟରେ ଆଗରେ

ମଣ୍ଡି : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ ଟା ସମୟରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ଏହାରି ଭିତରେ ଦେଶର ଅଧିକାଂଶ ଲୋକସଭା ଆସନରେ ବିଜେପି ଆଗୁଆ ରହିଛି ।

ତେବେ ଅନେକ ରାଜ୍ୟରେ ବିଜେପି ଆଗେଇ ଥିବା ବେଳେ ହିମାଚଳର ମଣ୍ଡି ଆସନର ଲୋକସଭା ପ୍ରାର୍ଥୀ କଙ୍ଗନା ରାଣାୱତ୍ ୨୦ ହଜାର ଭୋଟରେ ଆଗରେ ରହିଛନ୍ତି। ପ୍ରଥମ କରି ସେ ନିର୍ବାଚନ ଲଢ଼ୁଥିବା ବେଳେ ଏତେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ପୂର୍ବରୁ ପ୍ରାର୍ଥୀପତ୍ର ଦାଖଲ ବେଳେ କଙ୍ଗନା କହିଥିଲେ ଯେ, ବଲିଉଡରେ ମୁଁ ସଫଳ ହୋଇଛି ଏବଂ ରାଜନୀତିରେ ବି ମୁଁ ସଫଳ ହେବି ବୋଲି ଆଶା ରଖିଛି। ମଣ୍ଡିର ଲୋକମାନଙ୍କ ଭଲପାଇବା ମତେ ଏଠାକୁ ନେଇ ଆସିଛି। ତାଙ୍କର ଏହି କଥାଟି ଏବେ ସତ ହେଉଥିବା ଦେଖାଯାଇଛି। ଭୋଟ ଗଣତି ଆଗକୁ ଆଗକୁ ବଢ଼ୁଥିବା ବେଳେ କଙ୍ଗନା ଆଗେଇ ଚାଲିଛନ୍ତି। ତାଙ୍କ ବିପକ୍ଷରେ ଜିତିବା ଆଶା ରଖି କଂଗ୍ରେସ ମଣ୍ଡି ଆସନରୁ ୬ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଗଣତିକୁ ଦେଖି କଂଗ୍ରେସର ସେହି ଆଶା ମଉଳି ଯିବ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking