30.1 C
Bhubaneswar
Friday, May 3, 2024
Homeଓଡିଶାମହିଳାଙ୍କ ଶବଦାହ କଲା ଟିମ ହ୍ୟୁମାନିଟି

ମହିଳାଙ୍କ ଶବଦାହ କଲା ଟିମ ହ୍ୟୁମାନିଟି

ଫୁଲବାଣୀ : କରୋନା ମହାମାରୀର ଦ୍ୱିତୀୟ ଲହର ନେଇ ଚାଲିଛି ଗୋଟାଏ ପରେ ଗୋଟାଏ ଜୀବନ । ସଂକ୍ରମଣର ଭୟ ଲୋକଙ୍କୁ ଏମିତି ଘାରିଛି ଯେ, ନିଜ ଲୋକ ବି ମୁହଁ ମୋଡି ଚାଲି ଯାଉଛନ୍ତି । ଅନେକ ସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବଦାହ କରିବା ପାଇଁ ମିଳୁନାହାନ୍ତି କେହି । ସଂପ୍ରତି କରୋନା କାଳରେ ଏହା ଏକ ଗୁରୁତର ସାମାଜିକ ସମସ୍ୟା ଭାବେ ଠିଆ ହୋଇଛି । ଏହି ସମସ୍ୟାର ସମାଧାନର ଦାୟିତ୍ୱ ନିଜ ଉପରକୁ ନେଇଛି କନ୍ଧମାଳର ଅନ୍ୟତମ ଅଗ୍ରଣି ସାମାଜିକ ଅନୁଷ୍ଠାନ ଟିମ ହ୍ୟୁମାନିଟି । ଗୁରବାର ଟିକାବାଲି ତେନ୍ତୁଳିଗଡ ଅଂଚଳର ଜନୈକା କୋଭିଡ ସଂକ୍ରମିତା ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ତାଙ୍କ ଶବ ସତ୍କାର କରିବା ପାଇଁ କେହି ବାହାରି ନ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ସେଠାରେ ପହଂଚିଥିଲେ ଟିକାବାଲି ଟିମ ହ୍ୟୁମାନିଟିର ସଦସ୍ୟ ହିରୋ ନାୟକ, ନୀଳମାଧବ ପାତ୍ର,ସନ୍ତୋଷ ସୁବୁଦ୍ଧି ଓ ଚିଣ୍ଟୁ ପଟ୍ଟନାୟକ । ସ୍ଥାନୀୟ ମେଡିକାଲ ଅଫିସର, ବିଡିଓ,ବିପିଏମ, ତହସିଲଦାର, ଆରଆଇ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ କୋଭିଡ ନିୟମ ପ୍ରକାରେ ମହିଳାଙ୍କ ଶବସତ୍କାର କରାଯାଇଥିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ସ୍ୱସାନରେ ।  ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ମହତ କାର୍ଯ୍ୟ ସମାପନ କରି ସାରିଛନ୍ତି ଟିମ ହ୍ୟୁମାନଟିର ଏହି ସଦ୍ୟ ମାନେ । ଏଭଳି ନୁିସ୍ୱାର୍ଥପର କାର୍ଯ୍ୟ ପାଇଁ ଜିଲାସାରା ଟିମ ହ୍ୟୁମାନିଟିକୁ ସାଧୁବାଦ ଜଣାଯିବା ସହ ସେମାନଙ୍କ ପାଇଁ ଜିଲା ଗର୍ବିତ ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking