39.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନା ଉଜାଡ଼ିଲା ଚାଷୀଙ୍କ ଫସଲ

କରୋନା ଉଜାଡ଼ିଲା ଚାଷୀଙ୍କ ଫସଲ

ଫୁଲବାଣୀ : କରେନା ଯୋଗୁଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି । ଗ୍ରାମାଞ୍ଚଳର ପରିବା ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଅମଳ ହେଲେ ବି ବିକ୍ରି ସୁଯୋଗ ମିଳୁନଥିବା ଏହାର କାରଣ ହୋଇଛି । ଗୋଟିଏ ପଟେ କରୋନା ଭୟ ଓ ଅନ୍ୟପଟେ ପ୍ରଶାସନର ତାଗିଦ ଦାଉ ସାଧୁଛି । ଯାତାୟାତ ପାଇଁ ଯାନବାହନ ବ୍ୟବସ୍ଥା ବନ୍ଦ ହୋଇ ଯାଇଛି । ଯେଉଁ କେତେକ ଗାଡ଼ି ଚାଲିଛି ଅଧିକ ଭଡା ନେଉଥିବାରୁ ଚାଷୀ ପରିବା ନେବା ଆଣିବାକୁ ଅମଙ୍ଗ ହେଉଛନ୍ତି । ପୂର୍ବରୁ ବେପାରିମାନେ ଚାଷୀଙ୍କ ପାଖରେ ପହଞ୍ôଚ ଚାଷ ଜମିରୁ ହିଁ ପରିବା କିଣି ଆଣୁଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ହେଉନାହିଁ ।

ସହର ପାଖରେ ଥିବା କିଛି କିଛି ପରିବା ଚାଷୀ ଯେନ ତେନ ପ୍ରକାରେ ସାଇକଲ୍ ହେଉ କିମ୍ବା ଅନ୍ୟ କିଛି ଉପାୟରେ ସହରରେ ପହଞ୍ଚି ପରିବାକୁ କମ୍ ଦରରେ ହେଲେ ମଧ୍ୟ ବିକ୍ରି କରି ଫେରିବାକୁ ବାଧ୍ୟ ହେଉଛନ୍ତି । ସବୁ ଦିଗରେ ଗ୍ରାମାଞ୍ଚଳର ପରିବା ଚାଷୀମାନେ ଏକ ପ୍ରକାର ହତାଶ୍ ହୋଇ ପଡ଼ିଛନ୍ତି । ଜିଲ୍ଲାର ବହୁ ଚାଷୀ କରଜ କରି ଚାଷ କରିଛନ୍ତି । କିନ୍ତୁ ଜମିରେ ଫଳ ଥିଲେ ମଧ୍ୟ ବିକ୍ରି କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି ବୋଲି ପ୍ରକାଶ କରିଛନ୍ତି ଚାଷୀ ନକୁଳ ନାୟକ । ସେ ଦେଢ ଏକର ଜମିରେ ଫୁଲକୋବିି ଚାଷ କରିଛନ୍ତି । ସେ ପୂର୍ବରୁ ଗାଡ଼ି ଦ୍ୱାରା ରାଇକିଆ, କୂ.ନୂଆଗାଁ ଆଦି ବଜାରକୁ ପଠାଉଥିଲେ ।

କିଲୋ ପିଛା ସେ ୪୦ ଟଙ୍କା ପାଉଥିଲେ । ବର୍ତ୍ତମାନ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଅମଳ ହୋଇଥିବା କୁଇଣ୍ଟାଲ୍ କୁଇଣ୍ଟାଲ୍ ଫୁଲକୋବି ବଜାରକୁ ନେଇ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ତେବେ କେବଳ ନକୁଳ ନୁହଁନ୍ତି, ଠାକୁର କହଁର, ଉମା ଚରଣ କହଁର, ଚନ୍ଦ୍ରମଣି କହଁର, ବାଲୁଙ୍କେଶ୍ୱର କହଁରଙ୍କ ଭଳି ଅନେକ ଚାଷୀ ଏଠାରେ ପ୍ରକାଶ କରିଛନ୍ତି । ଜିଲ୍ଲାର ରତଙ୍ଗ, ବଇଡ଼ା, ହାତଗୋବା, ଦିଗା ପଦର, ଗୁମାଗଡ଼, ପାଣ୍ଡିରିମେଣ୍ଡି, ବନ୍ଧଗଡ଼, ଦଳପଡ଼ା, ଗୋଛାପଡ଼ା,ବଲସୁକା ଇତ୍ୟାଦି ଅଞ୍ଚଳର ଚାଷୀ ମାନଙ୍କ ଏହି ଗୋଟିଏ ସମସ୍ୟା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking