33.1 C
Bhubaneswar
Monday, May 13, 2024
Homeଦେଶ ବିଦେଶବିଦେଶରେ ବି କମାଲ କରୁଛି ବଲିଉଡ ଚଳଚିତ୍ର ‘ଆନିମଲ’

ବିଦେଶରେ ବି କମାଲ କରୁଛି ବଲିଉଡ ଚଳଚିତ୍ର ‘ଆନିମଲ’

ନୂଆଦିଲ୍ଲୀ: ରଣବୀର କପୁରଙ୍କ ଆନିମଲ ଫିଲ୍ମ ସିନେମା ହଲରେ ଧୂଆଁଧାର ପଦର୍ଶନ କରୁଛି । ରଣବୀର କପୁର ଭାରତରେ ନିଜର ଆକ୍ଟିଙ୍କର ଚମତ୍କାରିତା ଦେଖାଇବା ପରେ ବିଦେଶରେ ମଧ୍ୟ ନିଜ ଆକ୍ଟିଂର ଚମତ୍କାରିତା ଦେଖାଇସାରିଲେଣି । ଏହି ଆନିମଲ ଫିଲ୍ମ ଭାରତରେ ବିପୁଳ ପରିମାଣରେ ରୋଜଗାର କରିବା ସହ ବିଦେଶରେ ମଧ୍ୟ ବହୁତ ଭଲ ରୋଜଗାର କରିଛି । ଏବଂ କାନାଡାରେ ରଣବୀରଙ୍କ ଫିଲ୍ମ ଶାହାରୁଖଙ୍କ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ କରୁଛି ଏବେ ସେଠାରେ ସବୁଠାରୁ ବଡ ହିଟ୍ ହେବା ପାଇଁ ପ୍ରସ୍ତୁତ ଅଛି ।

ଆନିମଲ ଫିଲ୍ମର ସଫଳତା ରଣବୀର କାପୁରଙ୍କୁ ସବୁଠାରୁ ବଡ ଭାରତୀୟ ସୁପରଷ୍ଟାର କରିଦେଇଛି । ସିନେମା ହଲରେ ଆନିମଲ ଯେଉଁଭଳି ଭାବରେ ବ୍ୟବସାୟ କରୁଛି ତାହା ଶାହାରୁଖାନଙ୍କ ଦୁଇଟି ବଡ ବ୍ଲକବଷ୍ଟର ଫିଲ୍ମ ପଠାନ ଏବଂ ‘ଯବାନ’କୁ ଟକ୍କର ଦେଇଛି । ଏହି ଆନିମଲ ଫିଲ୍ମ କେବଳ ଭାରତରେ ନୁହଁ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି ।

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ରଣବୀର କାପୁରଙ୍କୁ ଯେଉଁ ହିଂସ୍ର ଅବତାରରେ ଦେଖାଇଛନ୍ତି ତାହା ଦେଶର ଲୋକମାନଙ୍କୁ ଫିଲ୍ମ ଦେଖିବା ପାଇଁ ବହୁତ ଆକର୍ଷିତ କରୁଛି । ଏହି ଚଳଚିତ୍ରର ଲୋକପ୍ରିୟତାର ଆଶ୍ଚର୍ଯ୍ୟ କଥା ହେଉଛି ୧୧ର ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୭୩୭ କୋଟି ଟଙ୍କା ବ୍ୟବସାୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

କାନାଡାରେ ମଧ୍ୟ ରଣବୀରଙ୍କ ଫିଲ୍ମ ନିଜର ଯାଦୁ ଦେଖାଇଛି । ଆନିମଲ ୧୨ ଦିନ ମଧ୍ୟରେ କାନାଡାରେ ୫.୨୮ ନିୟୁତ ଡଲାର (୪୪ କୋଟି ଟଙ୍କା) ବ୍ୟବସାୟ କରିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଜବାନ କୁ ପଛରେ ପକାଇଦେଇଛି । ଜବାନ କାନାଡରେ ୫.୨୭ ନିୟୁତ ଡଲାର ବ୍ୟବସାୟ କରିଥିଲା । ବର୍ତ୍ତମାନ ଆନିଲ୍ ଫିଲ୍ମ କାନାଡରେ ଦ୍ୱିତୀୟ ବୃହତମ ଭାରତୀୟ ଚଳଚିତ୍ର ହୋଇପାରିଛି ।

କାନାଡାରେ ସବୁଠାରୁ ବଡ ଭାରତୀୟ ଚଳଚିତ୍ରର ରେକର୍ଡ ଶାହାରୁଖଙ୍କ ପଠାନ ନାମରେ ଅଛି, ଯାହା ୬ ମିଲିୟନ ଡଲାର (୫୦ କୋଟି ରୁ ଅଧିକ) ବ୍ୟବସାୟ କରିଥିଲା । ହେଲେ ବର୍ତ୍ତମାନ ରଣବୀରଙ୍କ ଆନିମଲ ଫିଲ୍ମ କାନାଡାରେ ବହୁତ ଭଲ ପଦର୍ଶନ କରୁଛି । ଯାହା ଶାହାରୁଖଙ୍କ ଜବାନକୁ ପଛରେ ପକାଇ ରଣବୀର ଖୁବ୍ ଶିଘ୍ର କାନାଡାର ସବୁଠାରୁ ବଡ ଭାରତୀୟ ସୁପରଷ୍ଟାର ହେବେ ବୋଲି ଲାଗୁଛି ।

୧୧ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୪୦୧ କୋଟିରୁ ଅଧୀକ ଟଙ୍କା ସଂଗ୍ରହ କରିଛି । ଶାହାରୁଖଙ୍କ ଜବାନ ଫିଲ୍ମ ମଧ୍ୟ ସମାନ ଦିନରେ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାର ଅତିକ୍ରମ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking