ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ କଳିଙ୍ଗ ନଗର ସ୍ଥିତ ଟାଟା ଓ ନୀଳାଚଳ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ଥ ପରିବାରବର୍ଗ। ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ବାରଗାଡ଼ିଆ ପଞ୍ଚାୟତର ଶତାଧିକ ଦଳିତ ଓ ପଛୁଆ ବର୍ଗର ପରିବାର ଭୁବନେଶ୍ୱରରେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ବର୍ଗର ହୋଇ ଦଳିତ ଏବଂ ପଛୁଆ ବର୍ଗଙ୍କର ସ୍ୱାର୍ଥକୁ ଅଣଦେଖା କରିବା ଅନୁଚିତ । ଦାବିକୁ ମାନି ନିଅନ୍ତୁ, ନଚେତ୍ ଦଳିତ ଓ ପଛୁଆ ବର୍ଗର ହକ୍ ପାଇଁ ବିଜୁ ଜନତା ଦଳ ଆନ୍ଦୋଳନକୁ ବ୍ୟାପକ କରିବ । ଟାଟା ଷ୍ଟିଲର ର ମନ ମାନି ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ସେମାନଙ୍କ ବହୂ ସମସ୍ୟା ଉପରେ ସମାଧାନ ନ କଲେ ଡବଲ ଇଞ୍ଜିନ ସରକାର ଓ ଟାଟା ଷ୍ଟିଲର ବିରୋଧ ରେ ଅନ୍ଧୋଳନ ତୀବ୍ର ତର କାରା ଜୀବ ବୋଲି ଶ୍ରୀ ଘଡେଇ ଚେତା ବାଣୀ ଦେଇଛନ୍ତି ।