37.1 C
Bhubaneswar
Saturday, May 18, 2024
Homeଓଡିଶାଅବକାରୀ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

ଅବକାରୀ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

କଳାହାଣ୍ଡି : ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କୁଲେରଗୁଡା ଓ ଖୁରସେଲଗୁଡା ଗ୍ରାମ ନିକଟରେ ଥିବା ନାଳ ଉପରେ ବେଆଇନ ଭାବରେ ହାତ ରନ୍ଧା ମଦ ତିଆରି ଚାଲିଥିବା ସୂଚନା ମିଳିବା ପରେ  ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ସେହି ସ୍ଥାନରେ ଖାନ ତଲାସୀ ପରେ ୮୦ କେଜି ମହୁଲ ପୋଚ ସହ ୨ଶହ ଲିଟର ହାତରନ୍ଧା ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିଲା ।

ପରେ ଘଟଣା ସ୍ଥଳରୁ ଜବତ ସାମଗ୍ରୀ ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା । ସେହିପରି କୁଲେରଗୁଡା ଗ୍ରାମର ସନ୍ତୋଷ ନାଏକଙ୍କ ଠାରୁ ୨୦ ଲିଟର ରନ୍ଧା ମଦ ଜବତ କରାଯାଇଥିଲା । କଳାହାଣ୍ଡି  ଜିଲ୍ଲା ଅବକାରୀ ଅଧୀକ୍ଷକ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉରେ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସବ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଛବିଲାଲ ତାଣ୍ଡି ପ୍ରମୁଖ କର୍ମଚାରୀ ସାମିଲ ଥିଲେ।

କଳାହାଣ୍ଡିରୁ  ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking