କଳାହାଣ୍ଡି : ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ସୁରକ୍ଷା ଲାଗି ଅଞ୍ଚଳବାସୀ ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୧୭କିଲୋମିଟର ବିଶିଷ୍ଟ ଏହି ଜଙ୍ଗଲ ର ସୁରକ୍ଷା ଅଭାବରୁ ଦିନକୁଦିନ କ୍ଷୀଣ ହେବାରେ ଲାଗିଛି। ଏପରି କି ପ୍ରାକୃତିକ ସୁନ୍ଦଯ୍ୟ ଖୋର ଶ୍ରୋତ ତଥା ସୁନ୍ଦର କରଣ ହ୍ରାସ ପାଉଥିବା ର ନଜର କୁ ଆସୁଛି।ଏହି ଜଙ୍ଗଲ ଉପରେ ନିର୍ଭର କରି ପେଟପୋଷଣ କରୁଥିବା ଗ୍ରାମ୍ୟବାସୀ ଏବେ ଏକ ପ୍ରକାର ନିଃସହାୟ ପାଲଟି ଯାଇଛନ୍ତି।କାଠ ମାଫିଆ ଓ ବିଭାଗୀୟ କର୍ମଚାରୀ ମିଳିତ ଆପୋଷ ବୁଝାମଣା ରେ କାରବାର କରୁଥିବା ବେଳେ ଦିନ କୁ ଦିନ ଗଛ ଚାଲାଣ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।ଏହି ପରିପେକ୍ଷି ରେ ଆଜି ସାହାଜ ଖୋଲ ଜଙ୍ଗଲ ସୁରକ୍ଷା ସମିତି ଆବାହକ ଲକ୍ଷ୍ମୀକାନ୍ତ ବାଗ ଙ୍କ ନେତୃତ୍ୱରେ ଆମପାଣି ଠାରୁ କୋକସରା ପଯ୍ୟନ୍ତ ଏକ ପଦଯାତ୍ରା ବାହାରି କୋକସରା ତହସିଲଦାର କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏଥିରେ ୨୩ଟି ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ସହ ଗ୍ରାମ୍ୟଲୋକ ସାମିଲ ହୋଇ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।ଦାବି ମଧ୍ଯରେରହିଛି ସାହାଜ ଖୋଲ ଜଙ୍ଗଲ ମଧ୍ୟରେ ଅନେକ ଦଲାଲ ଗଛ କାଟି ଜମି କୁ ନିଜ ଅକ୍ତିଆର ରଖି ନାନାପ୍ରକାର ଚାଷ କରିବା ,ଗଛ କାଟିବା ଯୋଗୁଁ ବର୍ଷା ସଙ୍କଟ ଉପୁଜିବା ସହ ଝରଣା ଶୁଖିବା, ଜଙ୍ଗଲ ଉପରେ ନିର୍ଭରଶୀଳ ଭାବେ ପ୍ରତିପୋଷଣ କରୁଥିବା ବନ୍ୟ ଦ୍ରବ୍ୟ ଲୁପ୍ତ ହେବା ଓ ଅନ୍ୟାନ୍ୟ ଦାବୀ ଉପସ୍ଥାପନ କରାଯାଇଛି।କାଉଡୋଳା ଠାରୁ ପଡା ଯାତ୍ରା ଆରମ୍ଭ କରି କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ପରେ କୋକସରାତହସିଲଦାର ଙ୍କୁ ଏକଦାବି ପତ୍ର ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦିଆଯାଇଥିଲା।ତେବେ ସରକାର ଏହାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି କମିଟିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି।