କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବଗଠିତ କାର୍ଯ୍ୟକାରୀ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରମେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ବ୍ଲକ ଅଧ୍ୟକ୍ଷା ସନ୍ତୋଷୀ ଦାସ ପ୍ରମୁଖ ଯୋଗ ଦେଇ ଦଳର ସଂଗଠନକୁ ମଜଭୁତ କରିବାପାଇଁ ଆହ୍ୱାନ କରିଥିଲେ । ଦୀର୍ଘ ବର୍ଷ ତଳେ ପନ୍ଦର ଜଣ କାର୍ଯ୍ୟକର୍ତାଙ୍କ ଠାରୁ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ପନ୍ଦର କୋଟିର କାର୍ଯ୍ୟକର୍ତାଙ୍କ ଦଳ ରେ ପରିଣତ ହୋଇ ପାରିଛି ଏବଂ ଦଳ ରାଜନୀତିରୁ ଉର୍ଦ୍ଧରେ ରହି ନୀତି ଓ ଆଦର୍ଶରେ ବିଶ୍ୱାସ କରିବା ସହ ଦେଶଗଠନ ଦଳ ର ପ୍ରାଥମିକତା ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ । ଭାଜପାକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ କରିବା ତଥା ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ମଣ୍ଡି ସମସ୍ୟାକୁ ନେଇ ବିଜେପିର ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ କହିଥିଲେ । ମୋଦି ସରକାରଙ୍କ ସୁଶାସନ ଓ ସଫଳତା ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ କାର୍ୟ୍ୟକର୍ତା ମାନଙ୍କୁ ଆହ୍ୱାନ କରି ଥିଲେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ଜିଲ୍ଲା ସଭାପତି ସୁନୀଲ ବେହେରା, ଗୌର ପଣ୍ଡା , ଧନଞ୍ଜୟ ପାତ୍ର, ପୂର୍ବତନ ସାଂସଦ ସୁବାଷ ନାୟକ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଅନିରୁଦ୍ଧ ପ୍ରଧାନ, ଆର୍ତତ୍ରାଣ ମହାପାତ୍ର, ମୋନଜ ମେହେର, ରମେଶ ମାଝୀ, ବଦ୍ରି ନାରାୟଣ ପଟନାୟକ, ପ୍ରଶାନ୍ତ ସାହୁ, ଯୁଗଳ କିଶୋର ପୋଢ଼, ଲଷ୍ମୀକାନ୍ତ ବାଗ , ଜୟ ଶଙ୍କର ନାୟକ, ସୁଧୀର ପାଟଯୋଶୀ, ରମେଶ ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା ନାୟକ, ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ, ପଛୁଆ ବର୍ଗ ସଭାପତି ପ୍ରଦୀପ କୁମାର ନାୟକ, ଅଜୟ ପାଣିଗ୍ରାହୀ, ଗୋଦାବରୀଶ ପାତ୍ର, କୁନ୍ତୀ ପାଲ, ନିରୁପମା ସାମଲ, ସୋଭାଗିନୀ ପାତ୍ର, ପ୍ରମୋଦ ଜୈନ, ଶରତ ନାୟକ, ଭାନୁ ପ୍ରକାଶ ରଥ, ସନ୍ତୋଷ ଦାସ, ନରହରି ପଟନାୟକ, ଭଣ୍ଡେଶ୍ୱର ମହାପାତ୍ର, ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ପ୍ରତିନିଧି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ ।