27.1 C
Bhubaneswar
Saturday, September 28, 2024
Homeଓଡିଶାନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୩ବର୍ଷ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୩ବର୍ଷ କାରାଦଣ୍ଡ

ଭୁବନେଶ୍ୱର:  ଏୟାରପୋର୍ଟ ଥାନା ଅଞ୍ଚଳରେ ୨୦୨୨ ମସିହା ଏପ୍ରିଲ ମାସରେ ଘଟିଯାଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ରଘୁନାଥ ସାହୁକୁ ୩ବର୍ଷ କାରାଦଣ୍ଡରେ ଦଣ୍ଡତ କରିଛନ୍ତି ଭୁବନେଶ୍ୱର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ) । ଏଥି ସହିତ ୩ହଜାର ଟଙ୍କା ଜୋରିମନା ଆଦେଶ ସ୍ପେଶାଲ କୋଟର ଆଡହକ ଆଡିସନାଲ ସେସନ ଜଜ୍ ସରୋଜ କୁମାର ସାହୁ । ଜୋରିମନା ଅନାଦେୟ ଦେଷୀକୁ ୧ମାସ ଅଧିକ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ନାବାଳିକା ପୀଡ଼ିତା ଜଣକ ପରିବାର ସହ ଭରତପୁର ଥାନା ଅନ୍ତର୍ଗତ ମହାଲକ୍ଷ୍ମୀ ବିହାର ଅଞ୍ଚଳରେ ରହୁଥିଲେ । ଆସାମୀ ପୀଡିତାଙ୍କ ବାପା ହୋଇଥିବା ବେଳେ ୧୫୨ ବଟାଲିଆନ ଆସାମ ଗ୍ରୁପରେ ହେଡ କନଷ୍ଟେବଲ ଭାବେ କାର୍ଯରତ । ସେ ଦୈନନ୍ଦିନ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ତାରେ ଘରକୁ ଫେରୁଥିବା ବେଳେ ନିଜ ଝିଅ ଉପରେ ଖରାପ ନଜର ରଖି ଯୌନ ନିର୍ଯାତନା ଦେଉଥିଲେ । ଆସାମୀ ଦୈନନ୍ଦିନ ଭାବେ ନିଜର ସହକର୍ମଚାରୀ ମାନଙ୍କୁ ଡକାଇ, ଘରେ ମଦ୍ୟପାନ କରି ଏକ ଅସାମାଜିକ ସ୍ଥିତି ସୃଷ୍ଟି କରୁଥିଲେ । ପୀଡିତାଙ୍କ ମା ଏହାର ବିରୋଧ କରିବାରୁ,ଆସାମୀ ତାଙ୍କୁ ହତ୍ୟା ଧମକ ଦେଉଥିଲେ । ଗତ୧୭.୦୪.୨୦୨୨ରିଖ ବିଳମ୍ବିତ ରାତିରେ ଆସାମୀ, ଅଭିଯୋଗକାରିଣୀଙ୍କୁ ଅତି ଅସଭ୍ୟ ଓ ଅସାମାଜିକ ଭାଷାରେ ଗାଳିଗୁଲଜ କରି ଗଳାଚିପି ହତ୍ୟା କରିବାର ପ୍ରୟାସ କରିଥିଲେ । ମା’ଙ୍କୁ ଆକ୍ରମଣ କରୁଥିବାର ଦେଖି ପୀଡ଼ିତା ଚିତ୍କାର କରିବାରୁ ଆସାମୀ ଅଭିଯୋଗକାରିଣୀଙ୍କ ଗଳା ଛାଡିଦେଇଥିଲେ । ଆକ୍ରମଣ ଫଳରେ ଅଭିଯୋଗକାରିଣୀଙ୍କ ଡାହାଣ ହାତ ଏବଂ ଗୋଡରେ ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପରେ ଏନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଏତଲା ଆଧାରରେ ଏୟାରପୋର୍ଟ ଥାନା ପୋକସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ  କରି ରଘୁନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ  କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking