31.1 C
Bhubaneswar
Friday, May 1, 2026
Homeଓଡିଶାରୁଦ୍ରପ୍ରୟାଗରେ ଭୂମିକମ୍ପ: ତୀବ୍ରତା ୫.୦୨

ରୁଦ୍ରପ୍ରୟାଗରେ ଭୂମିକମ୍ପ: ତୀବ୍ରତା ୫.୦୨

ଉତ୍ତରପ୍ରଦେଶ: ଶନିବାର ଭୋର୍ ୫ଟା ୧୩ ମିନିଟ୍ ୧୭ ସେକେଣ୍ଡରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦୨ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳ ରୁଦ୍ରପ୍ରୟାଗରୁ ପ୍ରାୟ ୧୦ କିଲୋମିଟର ପୂର୍ବରେ ଅବସ୍ଥିତ ଥିଲା ଏବଂ ଭୂଗର୍ଭର ପ୍ରାୟ ୧୫ କିଲୋମିଟର ତଳେ ଥିଲା ବୋଲି ରେକର୍ଡ କରାଯାଇଛି। ଭୂମିକମ୍ପ ପ୍ରାୟ ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଜାରି ରହିଥିଲା। କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଧନଜୀବନ ହାନୀର ରିପୋର୍ଟ ହୋଇନାହିଁ। ତେବେ ପ୍ରଶାସନ ସଜାଗ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking