29.1 C
Bhubaneswar
Wednesday, May 1, 2024
Homeଓଡିଶାଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ; ଦୋଷୀକୁ ୨୦ ବର୍ଷ ଜେଲ୍‌

ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ; ଦୋଷୀକୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର: ନ୍ୟାୟ ପାଇଲେ ନାବାଳିକା ଦୁଷ୍କର୍ମ ପୀଡ଼ିତା । ଦୁଷ୍କର୍ମକାରୀକୁ ମିଳିଲା ଦଣ୍ଡ । ୨୦୨୨ ମସିହାରେ ଘଟିଥିବା ଏହି ନାବାଳିକା ଦୁଷ୍କର୍ମ ମାମଲାରେ କେନ୍ଦୁଝର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଦୁଷ୍କର୍ମକାରୀ ଶିଶିର ଡାଙ୍ଗୁଆ (ବାଙ୍ଗିରି)କୁ ଦଶ ହଜାର ଟଙ୍କା ଜରିମାନା ସହ ଅନାଦେୟରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ଘଟଣାଟି ଥିଲା ୨୦୨୨ ମସିହାର । ପୀଡିତା ନାବାଳିକାଙ୍କ ବାପା ମା’ଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ ।

କୌଣସି କାରଣରୁ ମାଉସୀ ପୁଅ ଭାଇ ସହ ଝଗଡା ହେବାରୁ ସେ ତାଙ୍କ ଘର ଛାଡ଼ି ଦେଇଥିଲେ । ପରେ ନାବାଳିକା ଡିମ୍ୱୋ ଗ୍ରାମ ବାହାରେ ଏକ ଅସ୍ଥାୟୀ ଘରେ ଏକା ରହୁଥିଲେ । ଯାହାର ସୁଯୋଗ ନେଇ ଶିଶିର ଡାଙ୍ଗୁଆ ୨୦୨୨ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ସଖି ସଙ୍ଗଠନ ପକ୍ଷରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ସଖି ସଂଗଠନଙ୍କୁ ନାବାଳିକା ଦୁଷ୍କର୍ମ ସମ୍ପର୍କରେ ଜଣାଇବା ପରେ ଟାଉନ ଥାନାରେ ସଙ୍ଗଠନ ପକ୍ଷରୁ ଏକା ଏତଲା ଦିଆ ଯାଇଥିଲା । ଟାଉନ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଦୋଷୀ ଶିଶିରକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୧୧ ଜଣଙ୍କ ବୟାନକୁ ଆଧାର କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିବା ବେଳେ ନାବାଳିକାକୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ଦିନ ବଢୁଥିବା ଅପରାଧ ମଧ୍ୟରେ ଦୁଷ୍କର୍ମ ଅଭିଯୋଗ ଅଧିକ ରହିଛି । ତେବେ ଗତ ମୁନିଗୁଡ଼ା ଥାନା ଅଞ୍ଚଳର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଗତ ମାର୍ଚ୍ଚ ୬ ତାରିଖରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଜଣକ ପୀଡିତାକୁ ଘରୁ ଡାକି ନେଇ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ କରିବାକୁ ପୀଡିତାଙ୍କ ମୃତଦେହ କାନ୍ଧରେ ବୋହି ଜଙ୍ଗଲରେ ଥିବା ଏକ ଗାତରେ ପକାଇ ପତ୍ର ଘୋଡାଇ ଦେଇଥିଲା । ଏଥିସହ ନିଜର ରକ୍ତ ଲଗା ପୋଷାକ ପୋଡି ଟ୍ରେନ ଯୋଗେ ବାହାର ରାଜ୍ୟକୁ ପଳାଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking