27.1 C
Bhubaneswar
Thursday, July 24, 2025
Homeଦେଶ ବିଦେଶଆଉ ମାତ୍ର କିଛି ସମୟର ଅପେକ୍ଷା: ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ...

ଆଉ ମାତ୍ର କିଛି ସମୟର ଅପେକ୍ଷା: ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ

ନୂଆଦିଲ୍ଲୀ : ଆଉ ମାତ୍ର କିଛି ସମୟର ଅପେକ୍ଷା। ଜୀବନ ସହ ୧୩ ଦିନର ସଂଘର୍ଷ ପରେ ସୁଡ଼ଙ୍ଗରୁ ବାହାରକୁ ଆସିବେ ୪୧ ଶ୍ରମିକ। ନୂଆ ସକାଳ ସନ୍ନିକଟ ହେଉଛନ୍ତି ଶ୍ରମିକ। ଉଦ୍ଧାର କାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଶ୍ରମିକଙ୍କ ପାଖରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍। ତେବେ ଡ୍ରିଲିଂ କାର୍ଯ୍ୟରେ ପ୍ରତିବନ୍ଧକ ଯୋଗୁଁ ଉଦ୍ଧାରକାର୍ଯ୍ୟ ବିଳମ୍ବ ହେଉଛି। ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଖନନ ଶେଷ ହୋଇଥିଲା। କିନ୍ତୁ ହଠାତ୍ ୪ଟି ବଡ଼ ଲୁହା ରଡ୍ ପଡ଼ିବା ଯୋଗୁ ଅଗର ମେସିନ୍ ବ୍ଲେଡ୍ ଭାଙ୍ଗିଯାଇଥିଲା। ଡ୍ରିଲିଂ ଶେଷ ହେବା ପରେ ବଡ଼ ପାଇପ୍ ଦେଇ ଶ୍ରମିକଙ୍କୁ ଷ୍ଟ୍ରେଚର ଯୋଗେ ବାହାରକୁ ଅଣାଯିବ। ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଉତ୍ତରକାଶୀ ରେସକ୍ୟୁ ଅପରେସନ୍। ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଟନେଲ ମଧ୍ୟକୁ ଡ୍ରିଲିଂ ଦ୍ବାରା ବିଭିନ୍ନ ଦିଗରୁ ପାଇପ ଭିତରକୁ ନିଆଯାଉଛି। ଗତକାଲି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯିବା ସହିତ ପ୍ରାୟ ୩୯ ମିଟର ଭିତରକୁ ପାଇପ ପ୍ରବେଶ କରିସାରିଥିଲାବେଳେ ଶ୍ରମିକମାନେ ଫସି ରହିଥିବା ସ୍ଥାନଠାରୁ ମାତ୍ର ୧୨ ମିଟର ଦୂରରେ ପାଇପ ରହିଥିଲା। ବର୍ତ୍ତମାନ ସୁଦ୍ଧା ୪୮ ମିଟର ଭିତରକୁ ଡ୍ରିଲିଂ କରାଯାଇସାରିଥିବାବେଳେ ଆଉ ମାତ୍ର ୧୦ ମିଟର ଡ୍ରିଲିଂ କାର୍ଯ୍ୟ ବାକି ରହିଛି। ଡ୍ରିଲିଂ କାମ ଶେଷ ହେବା କ୍ଷଣି ଶ୍ରମିକମାନଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି NDRF ଡିଜି କହିଛନ୍ତି। ଟନେଲ ବାହାରେ ପ୍ରତୀକ୍ଷା କରିଛି ୪୧ଟି ଆମ୍ବୁଲାନ୍ସ। ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ଏକ ଅସ୍ଥାୟୀ ହସ୍ପିଟାଲକୁ ନିଆଯିବ। ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ୪୧ଟି ବେଡ୍ ସହ ହସ୍ପିଟାଲ ବି ପ୍ରସ୍ତୁତ ରହିଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୧୩ ଦିନ ଧରି ଉତ୍ତରକାଶୀ ଟନେଲ ଭିତରେ ସଂଘର୍ଷ କରୁଛନ୍ତି ୪୧ ଜଣ ଶ୍ରମିକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking