26.7 C
Bhubaneswar
Wednesday, March 26, 2025
Homeସ୍ୱାମୀ ବିବେକାନନ୍ଦ ଜୟନ୍ତୀସ୍ୱାମୀ ବିବେକାନନ୍ଦଙ୍କ ବିଚାର

ସ୍ୱାମୀ ବିବେକାନନ୍ଦଙ୍କ ବିଚାର

ଭୁବନେଶ୍ୱର : ଏକ ସମୟ ଆସିଥିଲା ୧୮୯୩ ମସିହାରେ, ଯେବେ ସ୍ୱାମୀ ବିବେକାନନ୍ଦଙ୍କୁ ଆମେରିକା ତରଫରୁ ବିଶ୍ୱ ଧର୍ମ ମହାସଭାରେ ଭାରତ ତରଫରୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିଲା । ସେ ସିକାଗୋରେ ଭାରତ ତରଫରୁ ଦିନ୍ଦୁ ଧର୍ମ ଏବଂ ଆଧ୍ୟାତ୍ମିକତାକୁ ନେଇ ଏପରି ତେଜସ୍ୱୀ ଭାଷଣ ଦେଇଥିଲେ, ଯାହାର ପ୍ରଶଂସା ପୂରା ବିଶ୍ୱରେ ହୋଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଏହି ଭାଷଣକୁ ଶୁଣି ପଶ୍ଚିମି ସଭ୍ୟତାର ଲୋକେ ଭାରତର ଧର୍ମ ଏବଂ ସଂସ୍କୃତି ଆଡ଼କୁ ଆକର୍ଷିତ ହୋଇଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କ ବିଚାର ବହୁତ ପ୍ରେରଣା ଦାୟକ ଅଟେ । ସ୍ୱତନ୍ତ୍ର ଭାବେ ଯୁବକଙ୍କ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଅନେକ ଗୁରୁତ୍ୱ ବହନ କରିଥାଏ । କାରଣ ତାଙ୍କ ବିଚାରକୁ ଆପଣାଇ ଯୁବ ସମାଜ ନିଜ ତଥା ସମାଜର ମଧ୍ୟ ବିକାଶ କରିବା ପାଇଁ ସଫଳ ହୋଇପାରିବେ ।

ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ:

୧. ଯେବେ ଯାଏ ଆପଣ ନିଜ ଉପରେ ବିଶ୍ୱାସ କରୁନାହଁ, ସେବେ ଯାଏ ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ଆସିବ ନାହିଁ ।
୨.ଆମେ ଯେତେ ଅଧିକ ବାହାରକୁ ଯିବା ଏବଂ ଅନ୍ୟଙ୍କ ଭଲ କରିବା, ଆମର ହୃଦୟ ସେତିକି ସୁଦ୍ଧ ହେବ ଏବଂ ପରମାତ୍ମା ସେଥିରେ ବାସ କରିବେ ।
୩. ପ୍ରଥମେ ସବୁ କଥାର ମଜାକ ଉଡ଼ାଯାଇଥାଏ । ପୁଣି ତାହାର ବିରୋଧ କରାଯାଇଥାଏ ଏବଂ ପୁଣି ତାହାକୁ ଗ୍ରହଣ କରାଯାଇଥାଏ ।
୪. ଆପଣ ସେଥିମଧ୍ୟରୁ ବାହାରି ବିକଶିତ ହେବାକୁ ପଡ଼ିବ । କେହି ତୁମକୁ ପଢ଼ିପାରିବେନାହିଁ, କେହି ତୁମକୁ ଆଧ୍ୟାତ୍ମିକ ବନାଇପାରିବେନାହିଁ, ତୁମର ଆତ୍ମାକୁ ଛାଡ଼ି କେହି ତୁମର ଗୁରୁ ନୁହେଁ ।
୫. ଉଠ, ଜାଗ ଏବଂ ଲକ୍ଷ୍ୟ ପୁରା ହେବାଯାଏ ବିଶ୍ରାମ କରନାହିଁ ।
୬. ନିଜ ଲକ୍ଷ୍ୟକୁ ମଜବୁତ୍ ରଖ, ଲୋକେ ଯାହା କହୁଛନ୍ତି ତାଙ୍କୁ କହିବାକୁ ହିଅ, ଦିନେ ସେହି ଲୋକ ତୁମର ଗୁଣଗାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking