28.1 C
Bhubaneswar
Thursday, October 2, 2025
Homeଓଡିଶାଅନୁଗୁଳରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସ୍‌ପିଏଲ୍‌

ଅନୁଗୁଳରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସ୍‌ପିଏଲ୍‌

ଓଡିଶା ପାଇଁ ଜେଏସ୍‌ପିଏଲ୍‌ର ଭିଜନ-୨୦୩୦ ଉପସ୍ଥାପନ

 

-ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ

  • ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍ ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀଙ୍କ ସହିତ ଏକ ଅନଲାଇନ୍ ବୈଠକରେ ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଦ୍ୱାରା କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ
  • ୧.୨୦ ଲକ୍ଷ କୋଟି ଅଧିକ ପୁଞିନିବେଶରେ ୨୦୩୦ ସୁଦ୍ଧା ଜେଏସ୍‌ପିଏଲ୍‌ର ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ୨୫.୨ ନିୟୁତ ଟନ୍‌କୁ ସଂପ୍ରସାରଣ
  • ୬୦,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି
  • ବାର୍ଷିକ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପରିବେଶ ଉପଯୋଗୀ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ

ଭୂବନେଶ୍ୱର / ନୂଆଦିଲ୍ଲୀ : ଓଡିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କାରିବା ପାଇଁ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ରେ ଅନୁପ୍ରାଣିତ ହୋଇ, ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କାରିବା ପାଇଁ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃ (ଜେଏସ୍‌ପିଏଲ୍‌) ଆଜି ତାର ଭିଜନ୍‌-୨୦୩୦ ରେ ଘୋଷଣା କରିଛି । ଓଡିଶାର ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମାଲିକ, ମାନ୍ୟବର ଶିଳ୍ପ ରାଜ୍ୟ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ମାନ୍ୟବର ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମାନ୍ୟବର ଉନ୍ନୟନ କମିସନର୍ ତଥା ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ମାନ୍ୟବର ଇସ୍ପାତ ଓ ଖଣି ବିଭାଗ ପ୍ରମୂଖ ଶାସନ ସବିବ ଶ୍ରୀ ସୁରେନ୍ଦ୍ର କୁମାର,ମାନ୍ୟବର ଶିଳ୍ପ ବିଭାଗ ପ୍ରମୂଖ ଶାସନ ସବିବ ଶ୍ରୀ ହେମନ୍ତ ଶର୍ମା, ଓ ଅନ୍ୟାନ୍ୟ ବାରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଜି ଅନୁଷ୍ଠିତ ଏକ ଅନଲାଇନ୍ ବୈଠକରେ ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍‌-୨୦୩୦ ଉପସ୍ଥାପନ କରିଥିଲେ ।

ଜେଏସ୍‌ପିଏଲ୍‌ର ଏହି ଭିଜନ୍‌-୨୦୩୦ ଅନୁଯାୟୀ, ଅନୁଗୁଳରେ ଥିବା ଜେଏସ୍‌ପିଏଲ୍‌ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ଏହି କ୍ଷମତା ସଂପ୍ରସାରଣ ପାଇଁ ଜେଏସ୍‌ପିଏଲ୍ ୨୦୩୦ ସୁଦ୍ଧା ଆହୁରୀ ଅଧିକ ୧.୨୦ ଲକ୍ଷ କୋଟି ଟଙ୍କା ପୁଞିନିବେଶ କରିବା ସହିତ ସ୍ୱଚ୍ଛ ଶକ୍ତି ଉତ୍ସ ବ୍ୟବହାର କରିବ । ଏହା ଦ୍ୱାରା ଅନୁଗୁଳ ଇସ୍ପାତ କାରଖାନା ବିଶ୍ୱର କୌଣସି ଗୋଟିଏ ସ୍ଥାନରେ ଥିବା ସର୍ବବୃହତ୍ତ ଇସ୍ପାତ କାରଖାନା ହେବ ଏବଂ ଓଡିଶା ବିଶ୍ୱ ଇସ୍ପାତ ମାନଚିତ୍ରରେ ଏକ ପ୍ରମୂଖ ସ୍ଥାନ ପାଇ ପାରିବ ।

ଏହି ସଂପ୍ରସାରଣ ଦ୍ୱାରା ପରିବେଶ ଉପଯୋଗୀ ହାଇଡ୍ରୋଜେନ ଆଧାରିତ ଡି.ଆର୍‌.ଆଇ ଓ ଇ.ଏ.ଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ କରାଯିବ । ବ୍ଲାଷ୍ଟ ଫର୍ଣାସ୍ ସ୍ଲାଗ ଓ ଫ୍ଲାଇ ଆଶ୍ ବ୍ୟବହାର କାରିବା ପାଇଁ ଅନୁଗୁଳ ଇସ୍ପାତ କାରଖାନା ପାରିସରରେ ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ କାରଖାନା ମଧ୍ୟ ପ୍ରତିଷ୍ଠା କରାଯିବ ।

ବାର୍ଷିକ ୨୫.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସହିତ ଲୁହାପଥର ଓ କୋଇଲା ଖଣି କ୍ଷେତ୍ରରେ ଏବଂ ବିଶ୍ୱସ୍ତରୀୟ ପରିବହନ (ଲଜିଷ୍ଟିକ୍ସ) ଭିତ୍ତିଭୂମି ବିକାଶରେ ପୁଞିନିବେଶ କରିବା ମଧ୍ୟ ଜେଏସ୍‌ପିଏଲ୍‌ର ଏହି ଭିଜନ୍‌-୨୦୩୦ରେ ଅନ୍ତର୍ଗତ । ଏକ ଅତ୍ୟାଧୁନିକ ବନ୍ଦର ଓ ଏହି ବନ୍ଦରକୁ ଅନୁଗୁଳ କାରଖାନା, ବଡବିଲ ପେଲେଟ କାରଖାନା ଓ ରାଇଗଡ କାରଖାନା ସହିତ ସଂଯୋଗ କରୁଥିବା ସମର୍ପିତ ରେଳଲାଇନ୍ ନିର୍ମାଣରେ ଜେଏସ୍‌ପିଏଲ୍ ପୁଞିନିବେଶ କରିବ । ଏକ ଦୃଢ ଯୋଗାଣ ଶୃଙ୍ଖଳା ପ୍ରଣାଳୀ (ସପ୍ଲାୟ ଚେନ୍ ମେକାନିଜ୍‌ମ୍‌) ଏବଂ କଞ୍ଚାମାଲ୍ ପରିବହନ ଉପରେ କଂପାନୀ ଗୁରୁତ୍ୱାରୋପ କରୁଛି ।

ଜେଏସ୍‌ପିଏଲ୍‌ର ଏହି ପୁଞିନିବେଶ ଦ୍ୱାରା ଓଡିଶାରେ ୬୦,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଜେଏସ୍‌ପିଏଲ୍‌ର ଓଡିଶାରେ ସମୁଦାୟ ପୁଞିନିବେଶ ଯୋଗୁଁ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ସୃଷ୍ଟି ହେବା ସହିତ, ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିପାରିବାର ସମ୍ଭାବନା ଅଛି ।

ଏହା ସହିତ, କଂପାନୀ ତାର ସିଏସ୍‌ଆର୍ କାର୍ଯ୍ୟକ୍ରମରେ ଓଡିଶାରେ ସ୍ୱାସ୍ଥ୍ୟସେବା, କୌଶଳ ବିକାଶ, ଜନଜୀବିକା ବିକାଶ, କ୍ରୀଡା ଏବଂ କଳା ଓ ସଂସ୍କୃତି ଆଦି ବିଭିନ୍ନ ସାମାଜିକ କ୍ଷେତ୍ରରେ ସ୍ଥାନୀୟ ଜନସାଧାରଣଙ୍କର ଜୀବନଧାରଣ ମାନରେ ବିକାଶ କାରିବା ପାଇଁ ପ୍ରତିବଦ୍ଧ ।

ଇଲେକ୍ଟ୍ରିସିଟି ଡ୍ୟୁଟି ରଦ୍ଦ କରିବା ଏବଂ ଗ୍ରୀନ୍ ଫିଲ୍ଡ ପ୍ରକଳ୍ପକୁ ଦିଆଯାଉଥିବା ୧୫ ପ୍ରତିଶତ ଟିକସ ସୁବିଧା ବ୍ରାଉନଫିଲ୍ଡ ପ୍ରକଳ୍ପକୁ ଦେବା ପାଇଁ କମ୍ପାନୀ ପକ୍ଷରୁ ସରକାରୀ ଅଧିକାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା ।

ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମାଲିକ ଏବଂ ମାନ୍ୟବର ଶିଳ୍ପ ରାଜ୍ୟ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଜେଏସ୍‌ପିଏଲ୍‌ର ବାର୍ଷିକ ୨୫.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନା ପ୍ରତିଷ୍ଠା କାରିବାର ପ୍ରସ୍ତାବକୁ ପ୍ରଶଂସା କରିଥିଲେ । ମାନ୍ୟବର ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହଯୋଗ କାରିବା ପାଇଁ ଆଶ୍ୱାସନା ଦେଇଥିଲେ। ମାନ୍ୟବର ଇସ୍ପାତ ଓ ଖଣି ବିଭାଗ ପ୍ରମୂଖ ଶାସନ ସବିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ, ନିକଟରେ ଅଧିକ ଖଣି ନିଲାମ ମାଧ୍ୟମରେ ଇସ୍ପାତ ଶିଳ୍ପ ନିମନ୍ତେ ଅଧିକ କଞ୍ଚାମାଲ ଉପଲବ୍ଧ କରାଯିବ ।

ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି ଯେ,””ବିଜୁବାବୁଙ୍କ ଓଡିଶା ପାଇଁ ଥିବା ଦୁରଦୃଷ୍ଟିରେ ଆମେ ଅନୁପ୍ରାଣିତ । ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଯୋଗୁଁ ଏହି ରାଜ୍ୟରେ କାର୍ଯ୍ୟ କରିବା ପାଇଁ ଆମେ ଆହୁରି ଅଧିକ ଉତ୍ସାହିତ । ବର୍ତ୍ତମାନ ଜେଏସ୍‌ପିଏଲ୍ ଓଡିଶାରେ ସର୍ବାଧିକ ପୁଞିନିବେଶ କରିଥିବା ଘରୋଇ କଂପାନୀ । ପୁଞିନିବେଶ ଏବଂ ସଂପ୍ରସାରଣ କରିବା ନିମନ୍ତେ ଓଡିଶା ଆମ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ରହିବ । ପୂର୍ବଭାରତର ବିକାଶରେ ଓଡିଶାର ପ୍ରମୂଖ ସ୍ଥାନ ରହିବ ଏବଂ ଜେଏସ୍‌ପିଏଲ୍ ଏହାର ଏକ ଅଂଶ ହୋଇ ରହିବ । ମୁଁ ନିଶ୍ଚିନ୍ତ ଯେ, ଏହି ରାଜ୍ୟରେ ପୁଞିନିବେଶ କରିବା ଏବଂ ଏହାର ଉଲ୍ଲେଖନୀୟ ମାନବ ସଂବଳ ସହିତ କାର୍ଯ୍ୟ କରିବା ପାଇଁ ଅନ୍ୟମାନେ ମଧ୍ୟ ଆଗେଇ ଆସିବେ” । ସେ ଆହୁରି ମାଧ୍ୟ କହିଥିଲେ ଯେ, ଜେଏସ୍‌ପିଏଲ୍ ନିଜସ୍ୱ ଆୟ / ଇକ୍ୱିଟୀ ମାଧ୍ୟମରେ ଏହି ପୁଞିନିବେଶର ଲକ୍ଷ ହାସଲ କରିବ ।

“”ଜେଏସ୍‌ପିଏଲ୍ ତାର ଅତ୍ୟାଧୁନିକ ଓ ପରିବେଶ ଅନୁକୁଳ ବୈଷୟିକ ଜ୍ଞାନକୌଶଳ ପାଇଁ ପରିଚିତ । ଅନୁଗୁଳ ଇିସ୍ପାତ କାରଖାନାରେ ଆମେ ବିଭିନ୍ନ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିଛି । ଆମ ଭିଜନ୍‌-୨୦୩୦ର ଲକ୍ଷ ହେଉଛି ଓଡିଶାକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ସ୍ଥାନୀତ କାରିବା ସହିତ ପୂର୍ବଭାରତର ଏକ ପ୍ରମୂଖ ରାଜ୍ୟ ଭାବରେ ପ୍ରତିଷ୍ଠା କାରିବା”, ବୋଲି ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍‌. ଶର୍ମା କହିଛନ୍ତି ।

ବର୍ତ୍ତମାନ ଜେଏସ୍‌ପିଏଲ୍ ଅନୁଗୁଳ ଠାରେ ଓଡିଶାର ସର୍ବବୃହତ୍ତ ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନାର ପ୍ରତିଷ୍ଠା କରିବା ସହିତ, ବଡବିଲ (କେନ୍ଦୁଝର) ଠାରେ ଭାରତର ସର୍ବବୃହତ୍ତ ବାର୍ଷିକ ୯ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପେଲେଟାଇଜେସନ କମ୍ପେ୍ଲକ୍ସ ଓ ଟେନ୍‌ସା (ସୁନ୍ଦରଗଡ) ଠାରେ ବାର୍ଷିକ ୩.୧୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ଖଣି ପରିଚାଳନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking