25.8 C
Bhubaneswar
Saturday, July 27, 2024
Homeଓଡିଶାବହୁ ବିଜେଡ଼ି ନେତା ଓ କର୍ମୀ କଂଗ୍ରେସରେ ଯୋଗଦେଲେ

ବହୁ ବିଜେଡ଼ି ନେତା ଓ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର – ଆଜି ବଡ଼ମ୍ବା ନରସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଶ୍ରୀ ସଂଜୟ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ନେତା ଓ କର୍ମୀ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମସ୍ତଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଆପଣମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ଅଧିକ ସୁଦୃଢ଼ କରିବ ।
କଂଗ୍ରେସ ଦଳରେ ଯୋଗଦେଇଥିବା ନେତା ଓ କର୍ମୀମାନେ କଂଗ୍ରେସ ଦଳକୁ ସୁଦୃଢ଼ କରିବା ସହ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଯୋଗଦେଇଥିବା ନେତା ଓ କର୍ମୀ ହେଲେ ସର୍ବଶ୍ରୀ ସଂଜୟ କୁମାର ସାହୁ, ଅଖିଳ ପଣ୍ଡା ପୂର୍ବତନ ସରପଂଚ, ଦାସରଥି ସାହୁ, ନିତେଶ ସାହୁ ଛାତ୍ର ନେତା, ପିତବାସ ପ୍ରଧାନ, ନିଳମଣି କଟୁଆଳ, ରେଖା ସାହୁ, ନନ୍ଦିନୀ ସେଠୀ,ଲକ୍ଷ୍ମିପ୍ରିୟା ପ୍ରଧାନ, ସନ୍ତୋଷୀ ପ୍ରଧାନ, ଶ୍ରୀବତ୍ସ କଟୁଆଳ, ଭରତ ସିଂ, ସାରଙ୍ଗ ଦାସ ପ୍ରମୁଖ ଶତାଧିକ ନେତା ଓ କର୍ମୀ ।
ଆଜିର ଏହି କାର୍ଯକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ବିଭୁତି ମିଶ୍ର, ଜିଆଉଲ ହକ, ମିହିର ଆଚାର୍ଯ୍ୟ, ପ୍ରଦୀପ୍ତ ଦାସ, ତରୁଣ ମିଶ୍ର, ବିନୋଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking