29.1 C
Bhubaneswar
Saturday, July 27, 2024
Homeଖେଳ୪ର୍ଥ ଟେଷ୍ଟ : ରାଞ୍ଚିରେ ଦମ୍ଭ ଦେଖାଇଲେ ଜୋ ରୁଟ୍‌

୪ର୍ଥ ଟେଷ୍ଟ : ରାଞ୍ଚିରେ ଦମ୍ଭ ଦେଖାଇଲେ ଜୋ ରୁଟ୍‌

ରାଞ୍ଚି : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି । ରାଜକୋଟରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ମ୍ୟାଚ୍‌କୁ ଏକତରଫା ଭାବେ ନିଜ ନାମରେ କରିଥିବା ଟିମ୍ ଇଣ୍ଡିଆ ୨-୧ ଆଗୁଆ ରହିଛି । ଏପରି ସ୍ଥିତିରେ ଟିମ୍ ଇଣ୍ଡିଆ ଚତୁର୍ଥ ମ୍ୟାଚ୍ ଜିତି ସିରିଜ୍‌ରେ ଅଜେୟ ଅଗ୍ରଣୀ ଲାଭ କରିବା ଲକ୍ଷ୍ୟରେ ରହିଛି । ଏପରି ସ୍ଥିତିରେ ଆଜିର ମ୍ୟାଚ୍‌ର ପ୍ରଥମ ଦିନରେ ନିଜର ସମାଲୋଚକମାନଙ୍କୁ ଅପରାଜିତ ଶତକ ମାରି ଚୁପ୍ କରି ଦେଇଛନ୍ତି । ଶୁକ୍ରବାର ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଅଧିବେଶନରେ ଇଂଲଣ୍ଡ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି । ଜୋ ରୁଟ୍ ଏକତରଫା ଭାବରେ ଲଢ଼ୁଆ ବ୍ୟାଟିଂ କରି ଅପରାଜିତ ଶତକ ଅର୍ଜନ କରିଛନ୍ତି । ମଧ୍ୟାହ୍ନ ଭୋଜନ ପୂର୍ବରୁ ପାଞ୍ଚଟି ୱିକେଟ୍ ହରାଇବା ପରେ ଭାରତୀୟ ବୋଲରମାନେ ଜୋ ରୁଟ୍ ଏବଂ ବେନ୍ ଫୋକ୍ସଙ୍କ ଲଢ଼ୁଆ ବ୍ୟାଟିଂ ବିରୋଧରେ ଗତି ବଜାୟ ରଖିବା ପାଇଁ ସଂଘର୍ଷ କରିଥିଲେ । ତେବେ ବ୍ରେକ ପରେ ଭାରତକୁ ସଫଳତା ମିଳିଥିଲା ।

ମହମ୍ମଦ ସିରାଜ ୧୨୬ ବଲରେ ୪୭ ରନ କରିଥିବା ଫୋକ୍ସଙ୍କୁ ଆଉଟ କରିଥିଲେ । ଆଉଟ ହେବା ପୂର୍ବରୁ କିନ୍ତୁ ସେ ରୁଟଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୧୧୩ ରନ ଯୋଡ଼ିଥିଲେ । ଫୋକ୍ସଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଟମ ହାର୍ଟଲୀ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ୱିକେଟ ବି ସିରାଜ ନେଇଛନ୍ତି । ଇଂଲଣ୍ଡ ଲଗାତର ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ରୁଟ ହାର ମାନିବା ମୁଡରେ ନଥିଲେ । ତାଙ୍କୁ ରବିନସନ ମଧ୍ୟ ପୂରା ସାଥ ଦେଇଥିଲେ । ଶେଷରେ ରୁଟ ଚୌକା ମାରି ନିଜ ଟେଷ୍ଟ କ୍ୟାରିୟରର ଅନ୍ୟତମ ଲଢ଼ୁଆ ଶତକ ହାସଲ କରିଥିଲେ । ଏଥିସହ ରବିନସନଙ୍କ ମିଶି ଭାରତକୁ ଷ୍ଟମ୍ପ ଅପସାରଣ ଯାଏ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ । ରୁଟ ଅପରାଜିତ ୧୦୬ ରନର ଇନିଂସରେ ୯ଟି ଚୌକା ମାରିଛନ୍ତି । ସେହିପରି ରବିନସନ ୪ଟି ଚୌକା ଓ ଗୋଟିଏ ଛକା ବଳରେ ୩୧ ରନ କରି ଅପରାଜିତ ରହିଛନ୍ତି । ସେ ଭାରତ ବିପକ୍ଷରେ ରେଡ-ବଲ କ୍ରିକେଟରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ନଅଟି ଶତକର ରେକର୍ଡକୁ ଅତିକ୍ରମ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୭ ୱିକେଟ ହରାଇ ୩୦୨ ରନ କରି ନେଇଛି । ଜୋ ରୁଟ ୧୦୬ ଓ ଓଲି ରବିନସନ ୩୧ ରନ କରି ଅପରାଜିତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking